ଶ୍ରେଷ୍ଠ ଅଭିନେତାଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିବା ଆୟୁଷ୍ମାନ୍‌ ଖୁରାନାଙ୍କୁ ଏତେ ସହଜରେ ବଲିଉଡରେ ମିଳି ନଥିଲା ବ୍ରେକ୍ !

ମୁମ୍ବାଇ: ଆଜି ହେଉଛି ବଲିଉଡର ଅନ୍ୟତମ ଜଣାଶୁଣା ଆକ୍ଟର କମ୍‌ ସିଙ୍ଗର ଆୟୁଷ୍ମାନ୍‌ ଖୁରାନାଙ୍କ ଜନ୍ମଦିନ। ସେ ୧୯୮୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ଚଣ୍ଡୀଗଡରେ ଜନ୍ମ ଗ୍ରହଣ କରିଥିଲେ। ଚଳିତ ବର୍ଷ ଆୟୁଷ୍ମାନ୍‌ ଖୁରାନା ଶ୍ରେଷ୍ଠ ଅଭିନେତାଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି।
ଆୟୁଷ୍ମାନ୍‌ କଲେଜରେ ପଢୁଥିବା ବେଳେ ମାତ୍ର ୧୭ ବର୍ଷ ବୟସରେ ଟେଲିଭିଜନରେ କଣ୍ଠଶିଲ୍ପୀଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ୨୦୦୨ରେ ଚାନେଲ ଭିର କାର୍ଯ୍ୟକ୍ରମ ‘ ସୁପର୍‌ଷ୍ଟାର୍ସ’ରେ ଅଂଶ ଗ୍ରହଣ କରିଥିଲେ ସେ । ସେଠି କିନ୍ତୁ ତାଙ୍କୁ ସଫଳତା ମିଳି ନଥିଲା । କିନ୍ତୁ ପରାଜୟ ସ୍ୱୀକାର କରି ନଥିଲେ ।
ଆୟୁଷ୍ମାନ୍‌ ଖୁରାନ ୨୦ ବର୍ଷ ବୟସରେ ଏମ୍‌ଟିଭିରେ ଚର୍ଚ୍ଚିତ ସୋ’ ‘ ରୋଡିଜ୍‌ ’ ପାଇଁ ଅଡିସନ୍‌ ଦେଇଥିଲେ । ଏହି ସୋ’ରେ ବିଜେତା ପରେ ତାଙ୍କ କ୍ୟାରିଅର୍‌ ଦେଇଥିଲା ନୂଆ ମୋଡ଼ ।

Image result for ayushmann khurrana wife
photo-indiatoday

ଆୟୁଷ୍ମାନ୍‌ ଫିଲ୍ମରେ କାମ କରିବା ପୂର୍ବରୁ ରେଡିଓ ଆର୍‌.ଜେ.ଭାବେ ମଧ୍ୟ କାମ କରିଥିଲେ । ଏହା ଛଡା ମାସ୍‌ କମ୍ୟୁନିକେସନ କୋର୍ସ ମଧ୍ୟ କରିଥିଲେ । ସେହି ସମୟରେ ସେ ଥିଏଟର୍‌ ସହିତ ସଂଶ୍ଲିଷ୍ଟ ହୋଇଥିଲେ । ବିଗ୍‌ ଏଫ୍‌ ଏମ୍‌ ଚାନେଲ୍‌ରେ ତାଙ୍କର ସୋ’ ‘ବିଗ୍‌ ଚାୟ’ ମାନ୍‌ ନା ମାନ୍‌ , ମେଁ ତେରା ଆୟୁଷ୍ମାନ୍‌ ’ ସୁପରହିଟ୍‌ ହୋଇଥିଲା । ଆର୍‌ଜେ ଭାବେ ତାଙ୍କୁ ୟଙ୍ଗ ଆଚଭର୍ସ ଆଓ୍ଵାର୍ଡ ଓ ଭାରତ ନିର୍ମାଣ ଆଓ୍ଵାର୍ଡ ମିଳିଥିଲା । ଏହାପରେ ସେ ଟିଭି ଭିଜେ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କଲର୍ସ ଚାନେଲର ରିଆଲିଟି ସୋ’ ଓ ଷ୍ଟାର୍‌ ପ୍ଲସର ‘ ଜଷ୍ଟ ଡ୍ୟାନ୍‌ସ’ ଭଳି ସୋ’ର ଆଙ୍କରିଂ ମଧ୍ୟ କରିଥିଲେ। ଏହାପରେ ତାଙ୍କୁ ‘ ଭିକି ଡୋନର’ ଫିଲ୍ମରେ ହିରୋ ଭାବେ ବ୍ରେକ୍‌ ମିଳିଥିଲା ।

ସମ୍ବନ୍ଧିତ ଖବର