ମୁମ୍ବାଇ: ଆଜି ହେଉଛି ବଲିଉଡର ପ୍ରଥମ ସୋ’ମ୍ୟାନ୍ ରାଜ କପୁରଙ୍କ ଜନ୍ମଦିନ। ସେ ୧୯୨୪ ମସିହା ଡିସେମ୍ବର ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଅଭିନେତା, ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂପାଦକ। ସେ ଏସବୁ କ୍ଷେତ୍ରରେ ପାରଦର୍ଶିତା ବି ହାସଲ କରିଥିଲେ। ତେବେ ରାଜ କପୁର ଅନେକ ସମୟରେ ନିଜ ଚଳଚ୍ଚିତ୍ରକୁ ନେଇ ବିବାଦୀୟ ହୋଇଥିଲେ।
ରାଜ କପୁରଙ୍କର ଦୁଇଟି ବହୁଚର୍ଚ୍ଚିତ ଚଳଚ୍ଚିତ୍ରରେ ଥିବା ନାୟିକାଙ୍କର ସ୍ନାନ ଦୃଶ୍ୟ ଖୁବ୍ ବିବାଦୀୟ ହୋଇଥିଲା । ଏହି ଦୁଇ ଚଳଚ୍ଚିତ୍ର ଥିଲା ‘ସତ୍ୟମ୍ ଶିବମ୍ ସୁନ୍ଦରମ୍ ’(୧୯୭୫) ଓ ‘ରାମ୍ ତେରୀ ଗଙ୍ଗା ମୈଲୀ’(୧୯୮୫) । ପ୍ରଥମଟିରେ ନାୟିକା ଜୀନତ ଅମାନ୍ ନିଜର ଅଙ୍ଗସୌଷ୍ଠବ ପ୍ରଦର୍ଶନ କରି ଝରଣା ତଳେ ସ୍ନାନ କରୁଥିବାର ଦୃଶ୍ୟ ସେତେବେଳେ ଖୁବ୍ ହଟଚମଟ ସୃଷ୍ଟି କରିଥିଲା । ସେହି ଜଳପ୍ରପାତ ନିକଟରେ ହିଁ ନାୟକ ଓ ନାୟିକାଙ୍କର ପ୍ରଥମ ସାକ୍ଷାତ ହୁଏ ।
Image Source-India Todayଏଭଳି ଦୃଶ୍ୟ ସଂପର୍କରେ ସେହି ସମୟରେ ସୋ’ମ୍ୟାନ୍ ରାଜ କପୁର ଯୁକ୍ତି ଦର୍ଶାଇ କହିଥିଲେ ଯେ ବାସ୍ତବ ଜୀବନରେ ପାହାଡ଼ିଆ ଯୁବତୀମାନେ ଠିକ୍ ଏଭଳି ଝରଣା ଓ ଜଳପ୍ରପାତ ଜଳରେ ଗାଧୋଇଥାଆନ୍ତି । ଯେହେତୁ ତାଙ୍କ ନାୟିକା ମଧ୍ୟ ସେହିଭଳି ଯୁବତୀ ଥିଲା, ତେଣୁ ତାଙ୍କ ସିନେମାରେ ନାୟିକା ଝରଣା ତଳେ ସ୍ନାନ କରିବା ବାସ୍ତବତାକୁ ଦର୍ଶାଉଛି ।
Image Source-Amarujala‘ରାମ ତେରୀ ଗଙ୍ଗା ମୈଲୀ’ର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ନାୟିକା ମନ୍ଦାକିନୀଙ୍କ ଏହି ବହୁଚର୍ଚ୍ଚିତ ସ୍ନାନ ଦୃଶ୍ୟ । ଖାଲି ସେତିକି ନୁହେଁ ଏଥିରେ ନାୟିକା ମନ୍ଦାକିନୀଙ୍କ ଶିଶୁକୁ ସ୍ତନପାନ କରାଉଥିବାର ଦୃଶ୍ୟ ବି କିଛି କମ୍ ଆଲୋଡ଼ନ ସୃଷ୍ଟି କରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/raj-kapoor-Hindustantimes.png)