ପତ୍ନୀଙ୍କ ସହ କଣ୍ଡୋମ୍‌ ବିଜ୍ଞାପନରେ କାମ କରି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା !

ମୁମ୍ବାଇ: ଆଜି ହେଉଛି ବଳିଉଡର ହଟ୍‌ ହିରୋଇନ୍‌ ବିପାସା ବାସୁଙ୍କ ସ୍ୱାମୀ ତଥା ଜଣାଶୁଣା ଟେଲି ଅଭିନେତା କରଣ ସିଂହ ଗ୍ରୋଭରଙ୍କ ୩୬ତମ ବାର୍ଥ ଡେ । କରଣ ସିଂହ ଗ୍ରୋଭର ୧୯୮୨ ମସିହା ଫେବୃଆରି ୨୩ ତାରିଖରେ ଜନ୍ମ ହୋଇଥିଲେ। ଆଜି ଏହି ଦଂପତି ଗୋଆରେ କରଣଙ୍କର ବାର୍ଥ ଡେ ସେଲିବ୍ରେଟ୍‌ କରୁଛନ୍ତି। ଏହାର ଦୃଶ୍ୟସବୁ ଏବେ ଭାଇରାଲ ହେବାରେ ଲାଗିଛି।

photo- static.toiimg.com

ବିବାହପରେ କରଣ ଏବଂ ବିପାସା ସେମାନଙ୍କର ପ୍ରାଇଭେଟ୍‌ ଲାଇଫକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଛନ୍ତି। ବାହାଘରର କିଛି ମାସ ପରେ ବିପାସା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଏକ କଣ୍ଡୋମ୍‌ ବିଜ୍ଞାପନରେ କାମ କରି ପୁଣି ଚର୍ଚ୍ଚାକୁ ଆସିଥିଲେ।

କିଛି ଦିନ ତଳେ ବିପାସା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କୁ ଏକାଠି ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଥିଲା।ସେହି ଫଟୋ ବି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା।ସେତେବେଳେ ଜୋରସୋରରେ ଚର୍ଚ୍ଚା ହେଲା ଯେ,ବୋଧହୁଏ ବିପାସା ଗର୍ଭବତୀ ଓ ନିଜର ଚେକ୍‌ଅପ୍‌ ପାଇଁ ହସ୍ପିଟାଲକୁ ଆସିଥିଲେ।ହେଲେ ଏହାକୁ ବିପାସାଙ୍କର ମୁଖପାତ୍ର ଅସ୍ୱୀକାର କରିଥିଲେ।ସେ କହିଥିଲେ ଯେ କରଣଙ୍କ ଗଳାରେ ସଂକ୍ରମଣ ହୋଇଥିବା ଯୋଗୁଁ ପତି-ପତ୍ନୀ ଡ଼ାକ୍ତରଖାନାକୁ ଯାଇଥିଲେ।ଏହି ଘଟଣା ପାଇଁ କିନ୍ତୁ କରଣ-ବିପାସା ବେଶ୍‌ ଚର୍ଚ୍ଚାରେ ରହିଲେ।

ସମ୍ବନ୍ଧିତ ଖବର