ସୈଫ୍‌ଙ୍କ ବିରିୟାନିର ପ୍ରଶଂସା କଲେ କରିସ୍ମା

ସୈଫ୍ ଅଲ୍ଲୀ ଖାନଙ୍କ ରୋଷେଇକୁ ପ୍ରଶଂସା କରିଛନ୍ତି କରିସ୍ମା କପୁର। ପବିତ୍ର ଇଦ୍‌ ଅବସରରେ ସୈଫଙ୍କ ଦ୍ବାରା ପ୍ରସ୍ତୁତ ମଟନ୍‌ ବିରିୟାନିର ପ୍ରଶଂସାରେ ଇଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି କରିସ୍ମା ଲେଖିଛନ୍ତି, ‘ମଧ୍ୟାହ୍ନ ଭୋଜନରେ ସୈଫ୍‌ ସେଫୁଙ୍କ ହାତ ତିଆରି ଶ୍ରେଷ୍ଠ ମଟନ୍‌ ବିରିୟାନି’। ଏହି ପୋଷ୍ଟକୁ ଭଉଣୀ କରିନା ସେୟାର କରିଛନ୍ତି। କିଛି ଦିନ ତଳେ କରିନାଙ୍କ ଭଉଣୀ କରିସ୍ମାଙ୍କ କେକ୍‌ ତିଆରି କଳାକୁ ବି ପ୍ରଶଂସା କରି ଇଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ।

ସମ୍ବନ୍ଧିତ ଖବର