ହିନ୍ଦୁ ଧର୍ମ ସବୁଠାରୁ ହିଂସ୍ର ଏବଂ ବିପଦଜ୍ଜନକ ହୋଇଗଲାଣି ବୋଲି କହି ଫସିଲେ ଉର୍ମିଳା, ରୁଜୁ ହେଲା ମାମଲା

ମୁମ୍ବାଇ : ଅଭିନୟରୁ ଆସି ରାଜନୀତିରେ ଯୋଗ ଦେବା ପରେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । କଂଗ୍ରେସରେ ଯୋଗ ଦେବା ପରେ ଏବେ ପ୍ରତିଦିନ ତାଙ୍କୁ ନେଇ ଗୋଟେ ପରେ ଗୋଟେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ସେ ଦେଇଥିବା ପ୍ରଥମ ରାଜନୈତିକ ଭାଷଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସେ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ।

ଏକ ଟିଭି ସୋ’କୁ ସାକ୍ଷାତକାର ଦେଇ ସେ, ଏବେ ହିନ୍ଦୁ ଧର୍ମ ଏବେ ସବୁଠାରୁ ହିଂସ୍ର ଏବଂ ବିପଦଜ୍ଜନକ ହୋଇ ଯାଇଛି ବୋଲି କହିଥିଲେ । ଉର୍ମିଳାଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ଧାର୍ମିକ ଭାବନା ଆହତ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବିଜେପି ଉର୍ମିଳାଙ୍କ ବିରୋଧରେ ଧାର୍ମିକ ଭାବନା ଆହତ କରିଥିବାର ଅଭିଯୋଗ ଆଣିଥିବା ଜଣା ପଡ଼ିଛି । ମାମଲା ବିଜେପି ନେତା ସୁରେଶ ନାଖୁଆ ରୁଜୁ କରିଛନ୍ତି ।

Times Now

ସୂଚନା ମୁତାବକ, ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ଯୋଗ ଦେବା ପରେ ମୁମ୍ବାଇର ନର୍ଥ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟୀଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର