ଅକ୍ଷୟ କୁମାରଙ୍କ ଫିଲ୍ମରେ କଳାଧନ କାରବାର!

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ଏକ ଆଗାମୀ ସିନେମାରେ କଳା ଟଙ୍କା ଲାଗି ଥିବାର ଅଭିଯୋଗ ହୋଇଛି। ଏହି ସିନେମା ହେଲା ‘ହାଉସଫୁଲ୍‌-୪’ । ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବବି ଦେଓଲ୍‌, କ୍ରିତି ସାନନ୍‌, ରିତେଶ ଦେଶମୁଖ୍‌ ପ୍ରମୁଖ ଅଛନ୍ତି। ‘ହାଉସଫୁଲ୍‌-୪’ ଏକ ରେକର୍ଡ ସୃଷ୍ଟି କରିଥିବା କୁହାଯାଉଛି। ଏହି ଫିଲ୍ମର ଏକ ବଡ଼ ଡିଲ୍‌ ହୋଇଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ,ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସ୍‌ଫୁଲ-୪’ର ସମସ୍ତ ରାଇଟ୍‌ସ ୨୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏଥିରେ ଥିଏଟ୍ରିକାଲ୍‌,ଓଭରସିଜ୍‌,ସାଟେଲାଇଟସ୍‌ ଓ ଡିଜିଟାଲ୍‌ ରାଇଟ୍‌ସ ଆଦି ଅନ୍ତର୍ଭୁକ୍ତ।
କୁହାଯାଉଛି ଫକ୍‌ସ ଷ୍ଟାର୍‌ ଇଣ୍ଡିଆ ଉପରୋକ୍ତ ସମସ୍ତ ରାଇଟ୍‌ସ ନିର୍ମାତା ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ଠାରୁ କ୍ରୟ କରିଛି। ଏଭଳି ଡିଲ୍‌ କରାଯିବାର ଏହା ପ୍ରଥମ। ଯାହା ଜଣାଯାଇଛି ଅକ୍ଷୟ କୁମାର ‘ହାଉସ୍‌ଫୁଲ୍‌-୪’ରେ ସାମିଲ୍‌ ହେବା ପରେ ହିଁ ଏଭଳି ବ୍ୟାବସାୟିକ ଚୁକ୍ତିନାମା ସମ୍ଭବପର ହୋଇଛି।
ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ,ଏହି ଡିଲ୍‌ରେ ନଗଦ ଅର୍ଥ କାରବାର ମଧ୍ୟ ହୋଇଛି। ଏଥିରେ କଳା ଧନ କାରାବାର ମଧ୍ୟ ରହିିଥିବା କୁହାଯାଇଛି। ଏହି ଖବର କେନ୍ଦ୍ର ସରକାରଙ୍କ ଏଜେନ୍‌ସିକୁ ମିଳିଯାଇଛି।


ଅକ୍ଷୟ କୁମାର ଦେଶର ସର୍ବାଧିକ ଆୟକର ପ୍ରଦାନ କରୁଥିବା ଅଭିନେତା। ତାଙ୍କ ଫିଲ୍ମର ଏଭଳି କଳା କାରବାର ନିଶ୍ଚିତ ରୂପେ ବିସ୍ମୟକର।

ସମ୍ବନ୍ଧିତ ଖବର