ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହଙ୍କ ସଂପର୍କ ବିଷୟରେ କାହାକୁ ବା ଅଛପା! ସେ ଦୁହେଁ ପ୍ରେମ ସଂପର୍କରେ ଅଛନ୍ତି ବୋଲି ପ୍ରାୟ ସମସ୍ତେ ଅନୁମାନ କରୁଥିଲେ ବି ସେମାନେ କିନ୍ତୁ କେବେ ଏ ବିଷୟରେ କେଉଁଠି ଆନୁଷ୍ଟାନିକ ଭାବେ ଘୋଷଣା କରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଏକ ସାକ୍ଷାତ୍କାର୍ରେ ରଣବୀରଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନର ରଣବୀର ଉଭୟ ହଁ, ନା ଉତ୍ତର ରଖିଛନ୍ତି। ଦୀପିକାଙ୍କ ସହ ତାଙ୍କର ସଂପର୍କ ବିଷୟରେ ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା। ଏହି ପ୍ରଶ୍ନକୁ ରଣବୀର ଏଡ଼େଇ ନ ଯାଇ ପରିସ୍ଥିତିକୁ ସମ୍ଭାଳିବା ପରି ଉତ୍ତର ଦେଇଛନ୍ତି। ସେ କହିଛନ୍ତି କି ଦୀପିକା ଏବଂ ସେ ଉଭୟ ଉଭଙ୍କୁ ଖୁବ୍ ସମ୍ମାନ କରନ୍ତି। ତାଙ୍କ ମଧ୍ୟରେ ଏକ ସମ୍ବେଦନଶୀଳ ସଂପର୍କ ରହିଛି। ତେବେ, ବିବାହ କରିବା ନ କରିବା ଭିନ୍ନ କଥା ମାତ୍ର ଦୀପିକାଙ୍କୁ ଜୀବନରେ ପାଇ ରଣବୀର ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି।
ସେ ଆହୁରି ବି କହିଛନ୍ତି କି ଦୀପିକା ଜଣେ ଖୁବ୍ ଭଲ ଅଭିନେତ୍ରୀ। ତାଙ୍କଠାରୁ ଅଭିନୟ ବିଷୟରେ ଅନେକ କିଛି ଶିଖିବାର ଅଛି। ତାଙ୍କ ସହ ଏକତ୍ର କରିଥିବା ଚଳଚ୍ଚିତ୍ର ‘ବାଜିରାଓ ମସ୍ତାନୀ’, ‘ରାମଲୀଲା’, ‘ପଦ୍ମାବତ୍’ ଇତ୍ୟାଦିରେ ସେ ତାଙ୍କଠାରୁ ଅନେକ କିଛି ଶିଖିଛନ୍ତି। ମାତ୍ର ଦୀପିକା ରଣବୀରଙ୍କୁ ଖୁବ୍ ଭଲ ଅଭିନେତା ଭାବେ ଗଣନା କରନ୍ତି ନାହିଁ ବୋଲି ରଣବୀର ଉକ୍ତ ସାକ୍ଷାତକାରରେ ମତ ରଖିଛନ୍ତି।