ଏହି ବ୍ଲକବଷ୍ଟର ମୁଭିର ପ୍ରଥମ ଦିନର କଲେକ୍ସନ ଉତ୍ସାହଜନକ ନ ଥିଲା

ଏଭଳି ଅନେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଛି, ଯାହା ପରେ ବ୍ଲକବଷ୍ଟର ମୁଭିର ମାନ୍ୟତା ପାଇଛି, ମାତ୍ର ସେଗୁଡିକର ପ୍ରଥମ ଦିନର କଲେକ୍ସନ ଉତ୍ସାହଜନକ ନ ଥିଲା । ଏଭଳି ବକ୍ସ ଅଫିସରେ ସ୍ଲୋ ଷ୍ଟାର୍ଟର ବ୍ଲକବଷ୍ଟର ଫିଲ୍ମ ଗୁଡିକ ସଂପର୍କରେ ସୂଚନା..

୧-ଦିଲ ଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ : ୧୯୯୫ରେ ମୁକ୍ତିଲାଭ କରିଥିବା ପ୍ରଖ୍ୟାତ ନିର୍ମାତା ୟଶ ଚୋପ୍ରା ଓ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଏହି ସିନେମା ୧୦୩ କୋଟିର ମୋଟ୍‌ ଆୟ କରିଥିଲା । ହେଲେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୫୫ ଲକ୍ଷ ଟଙ୍କା ।

photo–hindustantimes.com

୨-ରାଜା ହିନ୍ଦୁସ୍ତାନୀ-୧୯୯୬ରେ ମୁକ୍ତିଲାଭ କରିଥିବା ଧର୍ମେଶ ଦର୍ଶନଙ୍କ ନିଦ୍ଦେଶିତ ତଥା ଅମୀର ଖାନ୍‌ ଓ କରିସ୍ମା କପୁରଙ୍କ ଅଭିନୀତ ‘ ରାଜା ହିନ୍ଦୁସ୍ତାନୀ’ ବକ୍ସ ଅଫିସରେ ୭୬ କୋଟି ଆୟ କରିଥିଲା । ତେବେ ଏହାର ପ୍ରଥମ ଦିନର କଲେକ୍‌ସନ ଥିଲା ମାତ୍ର ୫୯ ଲକ୍ଷ ଟଙ୍କା ।
୩ ଦିଲ୍‌ ତୋ ପାଗଲ ହେ- ୧୯୯୭ରେ ରିଲିଜ୍‌ ହୋଇଥିବା ୟଶ ଚୋପ୍ରାଙ୍କ ‘ ଦିଲ୍‌ ତୋ’ ପାଗଲ ହେ’ ୭୨ କୋଟି ଟଙ୍କା ଆୟ କରିଥିବା ବେଳେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୯୮ ଲକ୍ଷ ଟଙ୍କା ।
୪ ‘ ପରଦେଶ୍‌ ’- ସୋ’ ମ୍ୟାନ୍‌ ସୁଭାଷ ଘାଇଙ୍କ ‘ ପରଦେଶ୍‌’ ଫିଲ୍ମ ମୋଟ୍‌ ୪୧ କୋଟିର ଆୟ କରିଥିଲା, ହେଲେ ଏହାର ପ୍ରଥମ ଦିନର ଆୟ ହେଲା ମାତ୍ର ୬୧ ଲକ୍ଷ ଟଙ୍କା ।
୫ ପ୍ୟାର୍‌ ତୋ’ ହୋନା ହି ଥା- ୧୯୯୮ ମସିହାର ସିନେମା ‘ ପ୍ୟାର୍‌ ତୋ’ ହୋନା ହି ଥା’ ମୋଟ୍‌ ୩୮ କୋଟି ଆୟ କରିଥିଲା, ହେଲେ ପ୍ରଥମ ଦିନ ଏହା ମାତ୍ର ୫୦ ଲକ୍ଷ ଟଙ୍କା ଆୟ କରିଥିଲା ।
୬ କୁଚ୍ଛ କୁଚ୍ଛ୍‍ ହୋତା ହେ – କରଣ ଜୋହରଙ୍କ ପ୍ରଥମ ସିନେମା ‘ କୁଚ୍ଛ୍‍ କୁଚ୍ଛ ହୋତା ହେ’ ବକ୍ସ ଅଫିସରେ ୧୦୬ କୋଟିର ବ୍ୟବସାୟ କରିଥିଲା, ହେଲେ ଏହାର ପ୍ରଥମ ଦିନର ଆୟ ହେଲା ୮୭ ଲକ୍ଷ ଟଙ୍କା ।
୭ ସରଫରୋସ୍‌- ୧୯୯୬ର ଅମୀର ଖାନ୍‌ ଷ୍ଟାର୍‌ର ଫିଲ୍ମ ‘ ସରଫରୋସ୍‌’ ମୋଟ୍‌ ୩୩ କୋଟି ୫୦ ଲକ୍ଷ ଟଙ୍କାର ଆୟ କରିଥିଲା। ଏହାର ପ୍ରଥମ ଦିନର ରୋଜଗାର ଥିଲା ୮୩ ଲକ୍ଷ ଟଙ୍କା ।
୮ ହେରାଫେରି- ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ କମେଡି‘ ହେରାଫେରି’ ୨୧ କୋଟିର ଆୟ କରିଥିିଲା । ଏହାରପ୍ରଥମ ଦିନର ଆୟ ହେଲା ୬୪ ଲକ୍ଷ ଟଙ୍କା ।

photo-filmibeat.com

୯ କହୋ ନା ପ୍ୟାର୍‌ ହେ- ନିର୍ମାତା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ବ୍ଲକବଷ୍ଟର ମୁଭି ‘ କହୋ ନା ପ୍ୟାର୍‌ ହେ’ (୨୦୦୦) ୮୦ କୋଟିର ଆୟ କରିଥିବା ବେଳେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୫୦ ଲକ୍ଷ ଟଙ୍କା ।
୧୦-ଲଗାନ୍‌ -ଅମୀର ଖାନ୍‌ ‘ ଲଗନ୍‌’ ୬୬ କୋଟିର ଆୟ କରିଥିଲା, ହେଲେ ଏହାର ପ୍ରଥମ ନିଜର ଆୟ ଥିିଲା ମାତ୍ର ୧ କୋଟି ଟଙ୍କା ।

ସମ୍ବନ୍ଧିତ ଖବର