ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଭାଇ ମୋତେ ଡ଼ରାଇବା ସହ ବାହାରକୁ ଯିବାକୁ ଦେଉ ନଥିଲେ ଏବେ ତାଙ୍କ ପୁଅ ମୋତେ ଦେଖି ଡ଼ରୁଛି : ବବି ଦେଓଲ

0 972

ମୁମ୍ବାଇ : ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ପରଦା ଉପରକୁ ଫେରିଛନ୍ତି ଅଭିନେତା ବବି ଦେଓଲ । ଫିଲ୍ମ ରେସ୍‌-୩ ମାଧ୍ୟମରେ ସେ ପୁଣି ଥରେ ପରଦା ଉପରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଟ୍ରେଲର ରିଲିଜ ପରେ ଏବେ ଫିଲ୍ମର ସବୁ କଳାକାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋସନ ସମୟରେ ଅଭିନେତା ବବି ଦେଓଲ ନିଜ ବଡ଼ ଭାଇ ସନ୍ନି ଦେଓଲଙ୍କ ପୁଅଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିବା ଦେଖିବାକୁ ମିଳିଛି । ପରଦା ଉପରେ ସନ୍ନିଙ୍କର ଏକ ଶକ୍ତ ମଣିଷର ଭାବମୂର୍ତ୍ତି ଥିବା ବେଳେ ତାଙ୍କ ପୁଅ କରଣ ତାଙ୍କ ଠାରୁ ପୂରା ଅଲଗା ବୋଲି ବବି ଜଣାଇଛନ୍ତି ।

Firstpost

ସେ ଭାଇଙ୍କ ଭଳି ଶକ୍ତ ହେବା ଅପେକ୍ଷା ଏକ୍‌ ଦମ ଶାନ୍ତ ଏବଂ ଅଜଣା ଲୋକଙ୍କୁ ଦେଖିଲେ ଲାଜ କରେ ବୋଲି ବବି କହିଛନ୍ତି । ଛୋଟ ବେଳେ ମୁଁ ମଧ୍ୟ ଏପରି ଥିଲି । ବଡ଼ ଲୋକଙ୍କ ସାଙ୍ଗରେ ମୁଁ ବେଶି କଥା ହୁଏନି । ଖାସ୍‌ କରି ଛୋଟ ବେଳେ ସନ୍ନି ଭାଇ ମୋ ଉପରେ ଅଧିକ ନଜର ରଖନ୍ତି । ମୁଁ ଯେମିତି ଛୋଟ ବେଳେ ଭାଇଙ୍କୁ ଡ଼ରୁଥିଲି, ଏବେ ମୋ ପୁତୁରା କରଣ ମୋତେ ଡ଼ରୁଛି । ଏମିତି ନୁହଁ କି ମୁଁ ତାକୁ ଡ଼ରାଏ ବା କୌଣସି କାମ କରିବାକୁ ମନାକରେ । କିନ୍ତୁ ମୁଁ ଥିବା ଜାଗାରୁ ସେ ତୁରନ୍ତ ମୋତେ ଡ଼ରି ସେ ଜାଗାରୁ ଚାଲିଯାଏ । ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଭାଇ ମୋତେ ବାହାରକୁ ଯିବାକୁ ଦେଉ ନଥିଲେ । ଯେତେବେଳେ ମୁଁ ବାହାରକୁ ଯିବା ପାଇଁ ଭାବୁଥିଲି ମୋତେ ଘରେ ରହିବାକୁ ଆଦେଶ ଦେଉଥିଲେ । ନା ସେ ବାହାରକୁ ଯାଉଥିଲେ ନା ମୋତେ ଯିବାକୁ ଦେଇଥିଲେ ବୋଲି ବବି ସମସ୍ତଙ୍କୁ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.