ଭାଇ ସନ୍ନି ଦେଓଲଙ୍କୁ ନେଇ ଆଉ ଏକ ବଡ଼ ଖୁଲାସା କଲେ ବବି ଦେଓଲ

ମୁମ୍ବାଇ : ଏଇ କିଛି ଦିନ ହେବ ଫିଲ୍ମ ‘ରେସ୍‌-୩’ଏବଂ ତା’ର ପ୍ରମୋସନ ସମୟରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଅଛନ୍ତି ବବି ଦେଓଲ । କିଛି ଦିନ ତଳେ ବଡ଼ ଭାଇ ସନ୍ନି ଦେଓଲ ଏବଂ ତାଙ୍କ ପୁଅ କରଣକୁ ନେଇ ବବି ଅନେକ କିଛି ବ୍ୟକ୍ତିଗତ କଥା ସମସ୍ତଙ୍କୁ ଜଣାଇଥିଲେ । ଛୋଟବେଳେ ସନ୍ନି କିପରି ବବିଙ୍କୁ ଡ଼ରାଇ ରଖୁଥିଲେ ଏବଂ ସନ୍ନିଙ୍କ ପୁଅ ଏବେ ତାଙ୍କୁ କିପରି ଡ଼ରୁଛି ସେ ଉପରେ ସମସ୍ତଙ୍କୁ ବିସ୍ତାର ଭାବେ ଜଣାଇଥିଲେ ବବି । ଏବେ ପୁଣି ଥରେ ନିଜ ବଡ଼ ଭାଇ ସନ୍ନିଙ୍କୁ ନେଇ ଆଉ ଏକ କଥା ସମସ୍ତଙ୍କୁ ଜଣାଇଛନ୍ତି ସେ। ବବିଙ୍କର କ୍ୟାରିୟର ଗଢ଼ିବା ପାଇଁ ସନ୍ନି କେତେ ଚେଷ୍ଟା କରିଥିଲେ ତାହା ବବି ସମସ୍ତଙ୍କୁ ଜଣାଇଛନ୍ତି ।

The Indian Express

“ମୋ କ୍ୟାରିୟର ପାଇଁ ଭାଇ ତାଙ୍କର ଫିଲ୍ମ କ୍ୟାରିୟରକୁ କିଛି ଦିନ ପାଇଁ ଅଟକାଇ ଦେଇଥିଲେ । ମୁଁ କିପରି ଫିଲ୍ମ ଦୁନିଆରେ ନାଁ କରିବି ସେଥିପାଇଁ ସେ ମୋତେ ପ୍ରସ୍ତୁତ କରିଥିଲେ । ମୋର ଫିଲ୍ମ ‘ବର୍‌ସାତ୍‌’ର ସେ ପ୍ରଯୋଜନା ଦାୟିତ୍ୱ ପରିଚାଳନା କରିବା ସହ ଫିଲ୍ମ ସହ ଜଡ଼ିତ ଅନେକ କାମକୁ ନିଜେ ଦେଖୁଥିଲେ । ବବିଙ୍କ କ୍ୟାରିୟର କଥା ଛାଡ଼ି ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅ ବୋଲି ଭାଇଙ୍କୁ ତାଙ୍କ ସାଙ୍ଗମାନେ ଅନେକ ଥର କହିଥିଲେ ମଧ୍ୟ ସେ କାହା କଥା ନ ଶୁଣି ମୋ କଥା ଭାବୁଥିଲେ । ଆଜି ବି ଦୀର୍ଘଦିନର ବ୍ୟବଧାନ ପରେ ପୁଣି ପରଦା ଉପରକୁ ଆସିବାର କାରଣ ହେଉଛନ୍ତି ସେ । ‘ପୋଷ୍ଟର ବଏଜ୍‌’ ଫିଲ୍ମ ଉପରେ ଅଧିକ ଆଶା ଥାଇ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଏତେଟା ସଫଳତା ପାଇ ପାରି ନଥିଲା । ଯାହା ପରେ ମୋ କ୍ୟାରିୟର ଏଇଠି ସରିଯିବ ବୋଲି ମୁଁ ଭାବିଥିଲି । କିନ୍ତୁ ମୋ ପରିବାର ଏବଂ ମୋ ଭାଇଙ୍କ ପାଇଁ ମୁଁ ‘ରେସ୍‌-୩’ ଭଳି ଫିଲ୍ମରେ କାମ କରିବାର ସୁଯୋଗ ପାଇଛି ।

ସମ୍ବନ୍ଧିତ ଖବର