କାହିଁକି ଏହି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହୁଁଥିଲେ ବବି ଦେଓଲ୍‌ ?

ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେଓଲ୍‌ ବି ବଡ଼ ଭାଇ ସନ୍ନି ଦେଓଲଙ୍କ ଭଳି ବଲିଉଡରେ ହିରୋ ହେବାର ଲକ୍ଷ୍ୟ ରଖିଥିଲେ। ତା’ଛଡ଼ା ପିତା ଧର୍ମେନ୍ଦ୍ର ବି ଠିକ୍‌ ସେଇଆ ଚାହୁଁଥିଲେ। ଏହାପରେ କାହାଣୀ ଖୋଜାଗଲା ଏବଂ କିଏ ବବିଙ୍କ ଡେବ୍ୟୁ ସିନେମାର ନିର୍ଦ୍ଦେଶନା ଦେବେ ତାକୁ ନେଇ ଚିନ୍ତନ ହେଲା। ଅବଶେଷରେ ବଡ଼ ଭାଇ ସନ୍ନି ଦେଓଲ ତାଙ୍କର ପ୍ରିୟ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କୁ ଏହି ଦାୟିତ୍ୱ ଦେଲେ। ସେ ଯେଉଁ ସିନେମା ତିଆରି କରିବାକୁ ରାଜି ହେଲେ ତାହା ଥିଲା ‘ବରସାତ୍‌’ । ହଁ ଏହି ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ବବି ଦେଓଲ୍‌। ଏଥିରେ ସୁପରଷ୍ଟାର୍‌ ରାଜେଶ ଖାନ୍ନା-ଡିଂପଲ୍‌ କାପାଡ଼ିଆଙ୍କ କନ୍ୟା ଟ୍ଵଙ୍କିଲ୍‌ ଖାନ୍ନା ନାୟିକା ଭୂମିକାରେ ନଜର ଆସିଥିଲେ। ଏହା ଏକ ପ୍ରେମ କାହାଣୀ ଆଧାରିତ ସିନେମା ଥିଲା। ଫିଲ୍ମଟି ବକ୍ସ ଅଫିସରେ ଖାସ୍‌ କମାଲ କରିନଥିଲେ ବି ବବି ଆଉ ପଛକୁ ଫେରି ଚାହିଁ ନଥିଲେ । ସେ ବଲିଉଡରେ ଜଣେ ଷ୍ଟାରଭାବେ ପରିଚିତ ହେଲେ।

ସେହି ସମୟରେ ବବି ଦେଓଲଙ୍କ କଜିନ୍‌ ଅଭୟ ଦେଓଲଙ୍କ ଅଭିନୀତ ସିନେମା ‘ଶୋଚା ନ ଥା’ ରିଲିଜ୍‌ ହୋଇଥିଲା,ଯାହା ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ଏହାର ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀଙ୍କ ସହ କାମ କରିବାକୁ ଚାହିଁଥିଲେ।ଏହି ସମୟରେ ସିଦ୍ଧି ବିନାୟକ ଫିଲ୍ମସ ଓ ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀ ବବି ଦେଓଲଙ୍କୁ ଏକ ଫିଲ୍ମର ଅଫର୍‌ ଦେଇଥିଲେ । ଏହାର କାହାଣୀ ଶୁଣିବା ପରେ ସେ ଉତ୍ସାହିତ ହୋଇଥିଲେ । ସେତେବେଳେ ତା’ର ଟାଇଟଲ ଥିଲା ‘ ଗୀତ୍‌ ।

ଏହା ପରେ ପରେ ସୋଲଜର୍‌, ବାଦଲ୍‌, ଗୁପ୍ତ, ଅଜନବୀ, ହମ୍‌ରାଜ୍‌ ,ବିଚ୍ଛୁ ଭଳି କେତୋଟି ହିଟ୍‌ ଫିଲ୍ମ ଦେଇଥିଲେ । କିନ୍ତୁ ତା’ପରେ ତାଙ୍କର କ୍ୟାରିଅର୍‌ ଧିମେଇ ଯାଇଥିଲା । ବବି ଦେଓଲଙ୍କୁ ଦର୍ଶକ ଉଭୟ ଆକସନ୍‌ ଏବଂ ରୋମାଣ୍ଟିକ୍‌ ହିରୋଭାବେ ଗ୍ରହଣ କରିଥିଲେ। ସେ ରାଜ କୁମାର ସନ୍ତୋଷୀ, ରାଜ କଓ୍ଵଁର୍‌,ଅବବାସ୍‌-ମସ୍ତାନ, ରାହୁଲ ରେଓ୍ଵଲ୍‌ଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିସାରିଥିଲେ। ସେହି ସମୟରେ ବବି ଦେଓଲଙ୍କ କଜିନ୍‌ ଅଭୟ ଦେଓଲଙ୍କ ଅଭିନୀତ ସିନେମା ‘ଶୋଚା ନ ଥା’ ରିଲିଜ୍‌ ହୋଇଥିଲା,ଯାହା ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ଏହାର ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀଙ୍କ ସହ କାମ କରିବାକୁ ଚାହିଁଥିଲେ।ଏହି ସମୟରେ ସିଦ୍ଧି ବିନାୟକ ଫିଲ୍ମସ ଓ ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀ ବବି ଦେଓଲଙ୍କୁ ଏକ ଫିଲ୍ମର ଅଫର୍‌ ଦେଇଥିଲେ । ଏହାର କାହାଣୀ ଶୁଣିବା ପରେ ସେ ଉତ୍ସାହିତ ହୋଇଥିଲେ । ସେତେବେଳେ ତା’ର ଟାଇଟଲ ଥିଲା ‘ ଗୀତ୍‌ ।

ଲୋକପ୍ରିୟ ନିର୍ଦ୍ଦେଶକ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ପ୍ରଥମ ବ୍ଲକବଷ୍ଟର ମୁଭି ହେଲା ଥିଲା ‘ଜବ୍‌ ଉଇ ମେଟ୍‌’ । ଏଥିରେ ଶାହିଦ୍‌ କପୁର ଓ କରିନା କପୁର ଲିଡ୍‌ରୋଲରେ ଥିଲେ । ହେଲେ ଖୁବ୍‌ କମ୍‌ ଲୋକ ଜାଣନ୍ତିଯେ ପ୍ରଥମେ ଏହି ସିନେମାରେ ଟାଇଟଲ ଥିଲା ‘ ଗୀତ୍‌ ’ ଏବଂ ଏଥିରେ ଶାହିଦ୍‌ ନୁହେଁ ଅନ୍ୟ ଜଣେ ହିରୋଙ୍କୁ ନିଆଯିବାର ନିଷ୍ପତ୍ତି ହୋଇଥିଲା । ସେହି ନାୟକ ଜଣକ ହେଲେ ବବି ଦେଓଲ୍‌ ।

ଏହି ଫିଲ୍ମ ପାଇଁ କରିନା କପୁରଙ୍କୁ ନାୟିକା ଭାବେ ପ୍ରଥମେ ଚୁକ୍ତିବଦ୍ଧ କରାଗଲା । ଫିଲ୍ମରେ କରିନା କିନ୍ତୁ ବବିଙ୍କ ସହ କାମ କରିବାକୁ ରାଜି ହୋଇନଥିଲା । ସେ ତାଙ୍କର ବୟଫ୍ରେଣ୍ଡ ଶାହିଦ୍‌ କପୁରଙ୍କୁ ହିରୋ ଭାବେ ସାଇନ୍‌ କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଉପରେ ଚାପ ପକେଇଲେ । ପ୍ରାୟ ଛଅ ମାସ ପରେ ଶାହିଦ୍‌ ଏହି ଫିଲ୍ମରେ ଇନ୍‌ ହେଲେ ଓ ବବି ଆଉଟ୍‌ । ଏହାପରେ ଏହାର ନାଆଁ ରଖାଯାଇଥିଲା ‘ଜବ୍‌ ଉଇ ମେଟ୍‌ ’ । ଏହାପରେ ବବିଙ୍କ ମନ ଭାଙ୍ଗି ଯାଇଥିଲା ଓ ବଲିଉଡଠୁ ସାମୟିକ ଭାବେ ଦୂରେଇ ଯାଇଥିଲେ ।

 

ସମ୍ବନ୍ଧିତ ଖବର