ଭୁବନେଶ୍ୱର: ଓଲିଉଡରେ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନେ ପରଦା ଉପରେ ଜୀବନ୍ତ ଅଭିନୟ କରିଥାନ୍ତି। ସେମାନେ ସୁଟିଂ ସେଟ୍‌ରେ ବି ଖୁବ୍‌ ସିରିଅସ୍‌ ରହିଥାନ୍ତି। ଏମିତି ଜଣେ କଳାକାର ହେଲେ ବବି ମିଶ୍ର।
ବବି ମିଶ୍ର ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ କଳାକାର। ସେ ରଜରେ ମୁକ୍ତିଲାଭ କରୁଥିବା ଏକ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଆସୁଛନ୍ତି। ଏହି ଓଡ଼ିଆ ଛବିର ଶୀର୍ଷକ ହେଲା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’।
ଏହି ସିନେମାରେ ବବି ମିଶ୍ର ଏକ ଭିନ୍ନ ଧରଣର ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କର ମୁହଁରେ ଦାଢି ଥିବା ସାଙ୍ଗକୁ ଢିଲା ଟ୍ରାଉଜର, ପଞ୍ଜାବୀ ପିନ୍ଧିଥିବାର ଦେଖିବାକୁ ମିଳିବ। ଏକ ନୂଆ ଶୈଳୀରେ ଏଥିରେ ସେ ସଂଳାପ କହୁଥିବାର ବି ଦେଖିବାକୁ ପାଇବେ ଦର୍ଶକ। ଏଥିରେ ବବିଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ନାୟକ ମର୍ଦରାଜ।

Advertisment

publive-image
‘ସୁନ୍ଦରଗଡର ସଲମାନ୍‌ ଖାନ୍‌’ର ସୁଟିଂ ସମୟରେ ଅଭିନେତା ବବି ମିଶ୍ର ଏକ ଦୃଶ୍ୟର ଚିତ୍ରଗ୍ରହଣ ବେଳେ ଏଭଳି କିଛି ଅଘଟଣ ଘଟାଇଲେ, ଯାହା ସେ ଜାଣି ପାରି ନଥିଲେ। ଦୃଶ୍ୟଟି ଥିଲା ଏପରି-ବବି ମିଶ୍ର ଅଭିନେତା କେ.କେ ଙ୍କ ପାଖରେ ଠିଆ ହୋଇ ସଂଳାପ କହୁଥିବା ବେଳେ ଜଣେ ଅଭିନେତ୍ରୀ ତାଙ୍କ ପାଖକୁ ଆସିଥିଲେ।
ଦୃଶ୍ୟରେ ବବି ମିଶ୍ର ଉକ୍ତ ଅଭିନେତ୍ରୀଙ୍କ ମୁଣ୍ଡକୁ ଝରକାର ରେଲିଂରେ ପିଟୁଥିବାର ଚିତ୍ରଗ୍ରହଣ କରାଗଲା। ବବି ମିଶ୍ର ସତରେ ଅଭିନେତ୍ରୀଙ୍କ ମୁଣ୍ଡକୁ ଏମିତି ରେଲିଂରେ ପିଟି ଦେଲେ, ସହ କଳାକାରଙ୍କ ମୁଣ୍ଡ ଫୁଲିଗଲା। ଏକଥା ପ୍ରଥମେ ଜାଣି ପାରିଥିଲେ ଚିତ୍ର ଉତ୍ତୋଳନକାରୀ ସୀତାଂଶୁ ମହାପାତ୍ର।
ଗୋଟିଏ ଥରରେ ଦୃଶ୍ୟଟି ଜୀବନ୍ତ ହୋଇଥିଲା। ତା’ପରେ ଅବଶ୍ୟ ଅଭିନେତ୍ରୀଜଣଙ୍କର ଉପଯୁକ୍ତ ଯତ୍ନ ନିଆଯାଇଥିଲା।