ଗିନିଜ୍‌ ବୁକରେ ଏହି ବଲିଉଡ଼ କଳାକାରଙ୍କ ନାମ ରହିଛି, ଜାଣନ୍ତୁ କାହିଁକି?

କିଛି ଅସାଧାରଣ କାମ କରିବା ଦ୍ୱାରା ଜଣଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ ହୋଇଥାଏ । ଏହି ତାଲିକାରେ ନିଜର ନାମ ସାମିଲ୍‌ କରିବା ପାଇଁ ଦୁନିଆରେ ଅନେକ ଲୋକ ବିଭିନ୍ନ ପ୍ରକାରର ଅସାଧାରଣ କାର୍ଯ୍ୟ କରିଥାନ୍ତି । ତେବେ ଏହା ଦୌଡରୁ ବାଦ ପଡ଼ି ନାହାନ୍ତି ବଲିଉଡ୍‌ ତାରକା । ନିଜର ଅତୁଳନୀୟ ଅଭିନୟ ପାଇଁ ଗିନିଜ୍‌ ବୁକ୍‌ରେ ନିଜର ନାମ ସାମିଲ୍‌ କରାଇଛନ୍ତି ବଲିଉଡ୍‌ର କିଛି ଚିହ୍ନା ଚେହେରା । ଆସନ୍ତୁ ଦେଖିବା କେଉଁମାନଙ୍କର ନାମ ରହିଛି ଗିନିଜ ବୁକରେ। ଗିନିଜ୍‌ ବୁକ୍‌ରେ ବଲିଉଡ୍‌ ଶେହେନଶାହ ଅମିତାଭ ବଚ୍ଚନଙ୍କ ନାମ ରହିଛି। ୧୩ ଜଣ ଗାୟକଙ୍କ ଦ୍ୱାରା ଗାନ କରାଯାଇଥିବା ହନୁମାନ ଚାଳିଶାରେ ଅମିତାଭ ମଧ୍ୟ ସାମିଲ ଅଛନ୍ତି । ଏହି ହନୁମାନ ଚାଳିଶାରେ ଅମିତାଭ ମଧ୍ୟ କଣ୍ଠ ଦାନ କରିଛନ୍ତି। ବଲିଉଡ୍‌ ବାଦଶାହା ଶାହରୁଖ ଖାନ ମଧ୍ୟ ନିଜ ନାମ ଗିନିଜ୍‌ ରେକର୍ଡ଼ରେ ସାମିଲ୍‌ କରିଛନ୍ତି । ୨୦୧୩ ମସିହାରେ ୨୨୦ କୋଟି ଟଙ୍କା ରୋଜଗାର କରିବା ସହ ଏକ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଅର୍ଥ ରୋଜଗାର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନିଜର ନାମ ସାମିଲ କରିଥିଲେ ଶାହାରୁଖ ଖାନ ।

ବଲିଉଡ଼ର ଗ୍ଲାମରସ ଅଭିନେତ୍ରୀ କାଟ୍ରିନା କୈଫ ୨୦୧୩ ମସିହାରେ ଚଳଚ୍ଚିତ୍ରରେ ଅଧିକ ଥର ଚୁମ୍ବନ ଦେଇ ଗିନିଜ୍‌ ବୁକ୍‌ରେ ନିଜର ନାମ ସାମିଲ୍‌ କରିଛନ୍ତି । ବଲିଉଡର ଦବଙ୍ଗ ଗର୍ଲ ଭାବେ ପରିଚିତ୍ର ସୋନାକ୍ଷୀ ସିହ୍ନା ଏକ ଅଦ୍ଭୁତ କାର୍ଯ୍ୟ ପାଇଁ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସେ ସବୁଠାରୁ ଶୀଘ୍ର ଏବଂ ଅଧିକ ଥର ନଖରେ ନେଲ୍‌ପଲିସ ଲଗାଇ ଗିନିଜ୍‌ ଓ୍ଵାଲ୍ଡ ବୁକ୍‌ରେ ନିଜର ନାମ ସାମିଲ କରିଛନ୍ତି।

ସମ୍ବନ୍ଧିତ ଖବର