ଅଡ଼ୁଆରେ ରଣବୀର! ଘର ଖାଲି କରିବା ପାଇଁ କହିବାରୁ ରଣବୀରଙ୍କ ବିରୋଧରେ ୫୦ଲକ୍ଷ ଟଙ୍କାର ମାମଲା ରୁଜୁ କଲେ ମହିଳା

ନୂଆଦିଲ୍ଲୀ : ‘ସଞ୍ଜୁ’ର ରିଲିଜ୍‌ ପରେ ନିଜର ସଫଳତାକୁ ମନ ଭରି ଉପଭୋଗ କରୁଥିବା ରଣବୀର ଏବେ ଏକ ନୂଆ ଅସୁବିଧାରେ ଫସି ଯାଇଛନ୍ତି । ରଣବୀରଙ୍କ ଉପରେ ତାଙ୍କ ଘରେ ଭଡ଼ା ରହୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡ଼ିଛି । ପୁଣେରେ ରଣବୀରଙ୍କର ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ରହିଛି, ଯାହାକୁ ସେ ଭଡ଼ାରେ ଲଗାଇଛନ୍ତି । ସେହି ଆପାର୍ଟମେଣ୍ଟରେ ରହୁଥିବା ମହିଳା ହିଁ ରଣବୀରଙ୍କ ଉପରେ ୫୦ଲକ୍ଷ ଟଙ୍କାର ମାମଲା ରୁଜୁ କରିଥିବା ସୂଚନା ମିଳିଛି । ମହିଳାଙ୍କ ଅରୋପ ଅନୁଯାୟୀ ରଣବୀର ଭଡ଼ାରେ ରହିବା ପୂର୍ବରୁ କରାଯାଇଥିବା ଚୁକ୍ତି ପାଳନ ନ କରି ସମୟ ପୂର୍ବରୁ ହିଁ ଘର ଖାଲି କରିବା ପାଇଁ କହିଥିଲେ । ଅନ୍ୟ ପକ୍ଷରେ ମହିଳାଜଣଙ୍କ ଲଗାଇଥିବା ଆରୋପକୁ ମିଛ ବୋଲି କହିଛନ୍ତି ରଣବୀର ।

oneindia.com

ସୂଚନା ମୁତାବକ, ପୁଣେରେ ଥିବା ଟ୍ରମ୍ପ ଟାଓ୍ଵାରରେ ରଣବୀର ଏକ ଆପାର୍ଟମେଣ୍ଟ କିଣିଥିଲେ । ଯାହାକୁ ପରେ ସେ ଶୀତଲ ସୁର୍ଯ୍ୟବଂଶୀ ନାମକ ଜଣେ ମହିଳାଙ୍କୁ ଭଡ଼ାରେ ଦେଇଥିଲେ । କିନ୍ତୁ ଶୀତଲଙ୍କୁ ହଠାତ୍‌ ଘର ଖାଲି କରିବା ପାଇଁ କୁହାଯାଇଥିଲା । ଭଡ଼ାରେ ରହିବା ପୂର୍ବରୁ କରାଯାଇଥିବା ଚୁକ୍ତିର ନିୟମ ରଣବୀର ପାଳନ କରି ନାହାନ୍ତି ବୋଲି କହି ତାଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି ଶୀତଲ । ଅନ୍ୟ ପକ୍ଷରେ ଶୀତଲ ନିଜ ଇଚ୍ଛାରେ ଘର ଛାଡ଼ିଛନ୍ତି ବୋଲି କହିଛନ୍ତ ରଣବୀର । ଏହା ସହ ଶୀତଲ ୩ମାସର ଭଡ଼ା ମଧ୍ୟ ଦେଇ ନଥିବା କହିଛନ୍ତି ରଣବୀର । ଏହି ମାମଲା ଏବେ ପୁଣେର ସିଭିଲ କୋର୍ଟରେ ପହଞ୍ଚି ସାରିଥିବା ବେଳେ ଅଗଷ୍ଟ ୨୮ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର