ବାସ୍ତବ ଜୀବନରେ ଏହି ସବୁ ଜିନିଷକୁ ଡରନ୍ତି ବଲିଉଡ୍ କଳାକାର, ଘରର କବାଟ ଖୋଲି ଶୁଅନ୍ତି ଆଲିଆ
ହିନ୍ଦୀରେ ଏକ ବୋଲି ଅଛି -ଡ଼ର୍କେ ଆଗେ ଜିତ୍ ହୈ । କିନ୍ତୁ ଏହି ବଲିଉଡ୍ ଷ୍ଟାରମାନଙ୍କର ଥିବା ଡର ବିଷୟରେ ଜାଣି ଆପଣ ଡ଼ରିବା ଅପେକ୍ଷା ହସିବାକୁ ଲାଗିବେ । ବଲିଉଡ୍ର ଏହି ୫ ଜଣ କଳାକାରଙ୍କର କିଛି ଏମିତି ଜିନିଷ ପ୍ରତି ଡ଼ର ରହିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା କାହାର କେଉଁ ଜିନିଷ ପ୍ରତି ଡର ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
୧. ପ୍ରଥମ କଥା ହେବା ବଲିଉଡ୍ର ‘ପଦ୍ମାବତୀ’ ଦୀପିକା ପାଦୁକୋନଙ୍କ ବିଷୟରେ । ଦୀପିକା ଚିନ୍ତାଗ୍ରସ୍ତ ହେବା କଥା ଭାବି ବହୁତ ଡ଼ରି ଯାଆନ୍ତି । ଜୀବନରେ ସେ କେବେ ବି ଯେପରି ଚିନ୍ତାଗ୍ରସ୍ତ ନ ହୁଅନ୍ତୁ ସେଥିପାଇଁ ସବୁବେଳେ ନକାରାତ୍ମକ ଜିନିଷଠାରୁ ନିଜକୁ ଦୂରେଇ ରଖନ୍ତି ।
୨, ସାଧାରଣ ଭାବେ ଝିଅମାନେ ଅସରପା ଏବଂ ଝିଟିପିଟିକୁ ଡ଼ରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପରଦା ଉପରେ ହିରୋ ବନୁଥିବା ରଣବୀର କପୁର ଅସରପା ଏବଂ ଝିଟିପିଟି ଦେଖିଲେ ସେଠାରୁ ଉଭାନ ହୋଇଯାନ୍ତି ।
୩.ଅନ୍ଧାରରେ ଶୋଇବା ପାଇଁ ଡ଼ରନ୍ତି ‘ରାଜି’ର ଅଭିନେତ୍ରୀ ଆଲିଆ ଭଟ୍ଟ । ସେଥିପାଇଁ ଶୋଇବା ସମୟରେ ଘରର କବାଟ ଖୋଲା ରଖିବା ସହ ଲାଇଟ୍ ଲଗାଇ ରଖିଥାନ୍ତି ଆଲିଆ ।
୪.ସିଲିଙ୍ଗ ଫ୍ୟାନ୍କୁ ଡ଼ରନ୍ତି ବଲିଉଡ୍ର ଗୁଣ୍ଡା ଅର୍ଜୁନ କପୁର, ଯାହା ପାଇଁ ତାଙ୍କ ରୁମ୍ରେ କୌଣସି ବି ସିଲିଙ୍ଗ ଫ୍ୟାନ୍ ରଖା ଯାଇ ନାହିଁ ।
୫.ଏଲିଭେଟରେ ଚଢ଼ିବା ପାଇଁ ଡ଼ରନ୍ତି ସୋନମ କପୁର । ଯେଉଁଥି ପାଇଁ ସେ ସପିଂ ମଲ ଗଲେ ସିଡ଼ି ଚଢ଼ି ଉପରକୁ ଯାଇଥାନ୍ତି ।