ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ଶ୍ରୀଦେବୀଙ୍କ ଜୀବନ ଆଧାରିତ ପୁସ୍ତକ, ବିଦ୍ୟା ବାଲନ୍ ରିଲିଜ କଲେ କଭର୍‌

ଇ-କମର୍ସ େଓ୍ଵବସାଇଟ୍‌ରେ ପ୍ରି-ଅର୍ଡର ଉପଲବ୍ଧ

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜୀବନକୁ ନେଇ ଖୁବ୍‌ଶୀଘ୍ର ଏକ ପୁସ୍ତକ ପ୍ରକାଶ ପାଇବ। ପେଙ୍ଗୁଇନ୍‌ ଇଣ୍ଡିଆ ଏହି ପୁସ୍ତକକୁ ଶ୍ରୀଦେବୀଙ୍କ  ୫୬ତମ ଜନ୍ମଦିନରେ ପ୍ରକାଶ କରିବାକୁ ଘୋଷଣା କରିଛି।

‘ଶ୍ରୀଦେବୀ: ଗର୍ଲ ଉଇମେନ୍‌ ସୁପରଷ୍ଟାର’ ଶୀର୍ଷକ ଥିବା ଏହି ପୁସ୍ତକକୁ ସତ୍ୟାର୍ଥ ନାୟକ ଲେଖିଛନ୍ତି। ଦିବଂଗତ ଶ୍ରୀବେଦୀଙ୍କ ସ୍ୱାମୀ ବୋନି କପୁର ବି ଏହାକୁ ନେଇ ସହମତି ଦେଇଛନ୍ତି।

୨୦୧୮ ମସିହା ଫେବ୍ରୁଆରିରେ ୫୪ ବର୍ଷ ବୟସରେ ଦୁବାଇରେ ଶ୍ରୀଦେବୀଙ୍କ  ପରଲୋକ ହୋଇଥିଲା। ପେଙ୍ଗୁଇନ୍‌ ପକ୍ଷରୁ ଜାରି କରା ଯାଇଥିବା ବିଜ୍ଞପ୍ତି ଅନୁସାରେ, ପୁସ୍ତକରେ ଶ୍ରୀଦେବୀଙ୍କ ଜୀବନ ଓ ତାଙ୍କ ସହିତ ଜଡ଼ିତ ଥିବା ସ୍ମୃତିକୁ ଏଥିରେ ଉଲ୍ଲେଖ କରାଯାଇଛି। ଯିଏକି ଏଭଳି ଏକ ଧାରଣାକୁ ବଦଳାଇ ଦେଇଥିଲେ କି, ପୁରୁଷ ପ୍ରଧାନ ସିନେମାରେ ଜଣେ ମହିଳା କେମିତି ଷ୍ଟାର ବନି ପାରନ୍ତି। ପୁସ୍ତକ ୨୦୧୯ ଅକ୍ଟୋବରରେ ପେଙ୍ଗୁଇନ୍‌ ପକ୍ଷରୁ  ପ୍ରକାଶ କରାଯିବ। ଏବେ ଏହି ପୁସ୍ତକ ଇ-କମର୍ସ େଓ୍ଵବସାଇଟ୍‌ରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ। ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ପୁସ୍ତକର କଭର ସେୟାର କରିଛନ୍ତି।

 

ସମ୍ବନ୍ଧିତ ଖବର