ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କଲେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ସିହ୍ନା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ବିଦ୍ୟା ସିହ୍ନା ୭୨ବର୍ଷ ବୟସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ମୁମ୍ବାଇର ସିଟି କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ଭେଣ୍ଟିଲିଟରରେ ରଖିଥିଲେ । ତାଙ୍କର ହୃଦଜନିତ ଓ ଫୁସ୍ଫୁସ୍ଜନିତ ସମସ୍ୟା ଥିବା ବେଳେ ଆଜି ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ଥର ପାଇଁ ସେ ଷ୍ଟାରପ୍ଲସ୍ରେ ପ୍ରସାରିତ ହେଉଥିବା ଧାରାବାହିକ କୁଲ୍ଫି କୁମାର ବାଜେବାଲାରେ ନଜର ଆସିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବିଦ୍ୟା ମାତ୍ର ୧୮ବର୍ଷ ବୟସରୁ କାମ କରିବା ଆରମ୍ଭ କରି ଦେଇଥିଲେ । ଫିଲ୍ମ ଏବଂ ଟିଭିରେ କାମ କରିବା ପୂର୍ବରୁ ସେ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ କରିଥିବା ଫିଲ୍ମ ମଧ୍ୟରେ, ରଜନୀଗନ୍ଧା, ହବସ, ଛୋଟି ସି ବାତ୍, ମେରା ଜୀବନ, ଇନ୍କାର, ଜୀବନ ମୁକ୍ତ, କିତାବ, ପତି ପତ୍ନୀ ଅର୍ ବୋ ଏବଂ ତୁହ୍ମାରେ ଲିଏ ଭଳି ଫିଲ୍ମ ରହିଛି ।