ଚଳଚ୍ଚିତ୍ର ପାଇଁ କୌଣସି ପାରିଶ୍ରମିକ ନେଇନାହାନ୍ତି ଏହି କଳାକାର

ମୁମ୍ବାଇ: ଅନେକ ସମୟରେ ବଲିଉଡ଼ କଳାକରଙ୍କର ରୋଜଗାରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ । ସେମାନଙ୍କର ରୋଜଗାର ସହ ସେମାନଙ୍କର ଖର୍ଚ୍ଚ ଏବଂ ରହିବାର ଶୈଳୀ ସଂପର୍କରେ ଜାଣିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଗ୍ରହ ଦେଖାଯାଇଥାଏ । ତେବେ, ଆପଣ କ’ଣ ଜାଣିଛନ୍ତି କି ବର୍ତ୍ତମାନ ଦୁନିଆରେ ସମସ୍ତେ ଟଙ୍କା ପଛରେ ଦୌଡ଼ୁଥିବା ବେଳେ ଏପରି କିଛି କଳାକାର ରହିଛନ୍ତି ଯେଉଁମାନେ ସେମାନଙ୍କର ଅଭିନୟ ପାଇଁ କୌଣସି ପାଉଣା ନେଇ ନାହାନ୍ତି । ଆସନ୍ତୁ ଜାଣିବା ବଲିଉଡ଼ର ସେଇ କଳାକାରମାନଙ୍କ ବିଷୟରେ ଯେଉଁମାନେ ଚଳଚ୍ଚିତ୍ରରେ ଅଭିନୟ ପାଇଁ କୌଣସି ପାରିଶ୍ରମିକ ନେଇ ନାହାନ୍ତି ।

Siliconeer

ବଲିଉଡ଼ରେ ବାଦସାହା ଦୁଇଟି ଚଳଚ୍ଚିତ୍ରରେ ଅଭିନୟ ବିଲକୁଲ ମାଗଣା କରିଛନ୍ତି । ଭୁଥନାଥ୍‌ ଏବଂ ଭୁଥନାଥ୍‌ ରିଟର୍ଣ୍ଣରେ ବଙ୍କୁ ର ପିତା ଚରିତ୍ରରେ ନଜର ଆସିଥିବା ସାହାରୁଖ ଏଥିପାଇଁ ଏକଟଙ୍କା ମଧ୍ୟ ପାରିଶ୍ରମିକ ନେଇ ନଥିଲେ ।

Zee News

ଦୀପିକା ପାଦୁକୋଣ ବଲିଉଡ଼ରେ ପାଦ ରଖିଲା ଦିନ ଠାରୁ ଆଉ ପଛକୁ ଚାହିଁନାହାନ୍ତି । କିଙ୍ଗ ଖାନଙ୍କ ସହ ଓମ ଶାନ୍ତି ଓମ୍‌ରେ କ୍ୟାରିଅର ଆରମ୍ଭ କରିଥିବା ଦୀପିକା ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ କୌଣସି ପାରିଶ୍ରମିକ ନେଇ ନଥିଲେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଶାହରୁଖ ୍‌ଖାନଙ୍କ ସହ ଅଭିନେତା ଭାବେ ପାଇ ଅତ୍ୟନ୍ତ ଖୁସି ଥିଲେ ଏବଂ ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ଆବଶ୍ୟକତା ହୋଇ ନଥିଲା ।

YouTube

ଜଣେ ଅଭିନେତାଙ୍କ ପୁଅ ହୋଇ ମଧ୍ୟ ସାହିଦ କପୁର ନିଜର ପରିଶ୍ରମରେ ବଲିଉଡ଼ରେ ସ୍ଥାନ ପ୍ରସ୍ତୁତ କରିଛନ୍ତି । ହ୍ୟାଦର ଚଳଚ୍ଚିତ୍ରରେ ନିଜର ଚରିତ୍ରକୁ ନେଇ ବହୁତ ମାତ୍ରାରେ ଉତ୍ସାହିତ ରହିଥିଲେ ସାହିଦ । ଏଥିପାଇଁ ସେ ପ୍ରଯୋଜକଙ୍କ ଠାରୁ କୌଣସି ପାରିଶ୍ରମିକ ଦାବି କରି ନଥିଲେ ।

News18.com

କରିନା କପୁର ତାଙ୍କର ଚୁଲବୁଲି ଅଭିନୟ ପାଇଁ ଦର୍ଶକଙ୍କର ମନ କିଣିଛନ୍ତି । କରିନା ତାଙ୍କର ଦୁଇଟି ଆଇଟମ ଗୀତ ବିଲୁ ବାରବରର ମରଜାନି ଏବଂ ଦବଙ୍ଗ୨ର ଫେବିକଲ ପାଇଁ କୌଣସି ପାରିଶ୍ରମିକ ଦାବି କରି ନଥିଲେ ।

ସମ୍ବନ୍ଧିତ ଖବର