ଆସନ୍ତାକାଲି ପ୍ରିୟଙ୍କା ଓ ନିକ୍ଙ୍କ ନିର୍ବନ୍ଧ: ସଲମାନ୍, ଶାହାରୁଖ, କଟ୍ରିନା ଓ ଅନୁଷ୍କା ଭଳି ଷ୍ଟାର ପାର୍ଟିରେ ଯୋଗ ଦେବେ ନାହିଁ
ମୁମ୍ବାଇ: ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ ନିକ ଜୋନସ୍ଙ୍କ ନିର୍ବନ୍ଧ ଶନିବାର ଅର୍ଥାତ ଅଗଷ୍ଟ ୧୮ ତାରିଖରେ ମୁମ୍ବାଇରେ ହେବାକୁ ଅଛି। ନିକ ଜୋନସ୍ଙ୍କ ମା’ ଡୋନିସ୍ ଓ ପିତା କୋବିନ୍ ଜୋନସ୍ ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ନିକର ପରିବାରବର୍ଗଙ୍କୁ ସ୍ବାଗତ ଜଣାଇବା ପାଇଁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ପ୍ରଥମରୁ ଏୟାରପୋର୍ଟରେ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନିକ୍ ଓ ପ୍ରିୟଙ୍କାଙ୍କ ନିର୍ବନ୍ଧ ପାଇଁ ପ୍ରଥମରୁ ସାଙ୍ଗ ଓ ତାଙ୍କ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇସାରିଛି। ବଲିଉଡର ବଡ଼ବଡ଼ କଳାକାରମାନେ ଏହି ଭୋଜିରେ ନଜର ଆସିବେ। ଅତିଥି ତାଲିକା ଏଯାବତ୍ ଜଣାପଡ଼ିନାହିଁ। କିନ୍ତୁ ଏମିତି ବି ବହୁତ ବଡ଼ବଡ଼ କଳାକାର ଅଛନ୍ତି ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ତେବେ ଆପଣ ଭାବୁ ଥାଇ ପାରନ୍ତି କି କୌଣସି ବ୍ୟକ୍ତିଗତ ଶତ୍ରୁତା ଥାଇପାରେ, କିନ୍ତୁ ବାସ୍ତବ ଘଟଣା ହେଉଛି ସେମାନେ କାମ ହେତୁ ଆସି ପାରୁନାହାନ୍ତି।
ସୂଚନାଯୋଗ୍ୟ, ସଲମାନ୍ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ଭାରତ’ରେ ପ୍ରଥମେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବାର ଥିଲା, କିନ୍ତୁ ସେ ବିବାହ ପାଇଁ ଏହାକୁ ଛାଡ଼ି ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ଏବେ ସଲମାନ୍ ଓ କଟ୍ରିନା କୈଫ୍ ମାଲ୍ଟାରେ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁ ଏହି ଦୁଇଷ୍ଟାର ପ୍ରିୟଙ୍କାଙ୍କ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ। ସେପଟେ ଶାହାରୁଖ ଖାନ୍ ବି ନିଜର ଆଗାମୀ ସିନେମା ‘ଜିରୋ’ ପାଇଁ ବ୍ୟସ୍ତରେ ଅଛନ୍ତି ଓ ତାଙ୍କ ସମ୍ପୂର୍ଣ୍ଣ ପରିବାର କଲିଫର୍ଣ୍ଣିଆରେ ଅଛନ୍ତି। ସେପଟେ ପ୍ରିୟଙ୍କା ଚୋପ୍ରା କୋ-ଷ୍ଟାର ରଣବୀର କପୁର ବି ଏବେ ‘ବ୍ରହ୍ମାସ୍ତ୍ର’ ସୁଟିଂରେ ବ୍ୟସ୍ତ ଅଛି। ଅନୁଷ୍କା ନିକଟରେ ଲଣ୍ଡନ ଗସ୍ତରେ ଯାଇଛନ୍ତି। ତେଣୁ ଏହି କଳାକାରମାନେ ପାର୍ଟିରେ ଯୋଗ ଦେଇ ପାରିବେ ନାହିଁ।