ସାମ୍ନାକୁ ଆସିଲା ଫିଲ୍ମ ‘୮୩’ର ପ୍ରଥମ ପୋଷ୍ଟର, ରଣବୀରଙ୍କ ରୂପ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ଜନ୍ମଦିନ ଅବସରରେ ଆଗାମୀ ଫିଲ୍ମ ‘୮୩’ରେ ଥିବା ନିଜ ଲୁକ୍‌କୁ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀରଙ୍କୁ କପିଲ ଦେବଙ୍କ ଅବତାରରେ ଦେଖି ତାଙ୍କ ପ୍ରଶଂସକ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ହୋଇ ଯାଇଥିବା ଦେଖା ଯାଇଛି । ଏହା ସହ ରଣବୀରଙ୍କ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଏହା ପରେ ଅନେକ ବଲିଉଡ୍‌ କଳାକାର ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଲୁକ୍‌କୁ ପ୍ରଶଂସା କରିଥିବା ଦେଖା ଯାଇଛି । ରଣବୀରଙ୍କ ଫଟୋ ଦେଖି କ୍ରିକେଟର ଶିଖର ଧଓ୍ଵନ ମଧ୍ୟ ପ୍ରଶଂସା କରି, ରଣବୀର ପୂରା ପାଜି କପିଲ ଦେବଙ୍କ ଭଳି ଲାଗୁଥିବା ଲେଖିଛନ୍ତି ।

Times of India

ସୂଚନା ମୁତାବକ, ୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପ ଏବଂ ସେଥିରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ୮୩ନିର୍ମାଣ କରାଯାଉଛି । ଏହି ଫିଲ୍ମରେ ରଣବୀରଙ୍କ ସହ ତାଙ୍କ ପତ୍ନୀ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ । ସେ ଏଥିରେ କପିଲ ଦେବଙ୍କ ପତ୍ନୀଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର