ଭାଇରାଲ ହେଉଛି ସାଜିଦ୍‌ ଖାନ୍‌ଙ୍କ ପୁରୁଣା ସାକ୍ଷାତକାରର ଭିଡ଼ିଓ,୨୦-୩୦ବର୍ଷ ବୟସ ମଧ୍ୟରେ କରିଥିଲେ ଏହି କାମ

ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ୍‌ର ଚର୍ଚ୍ଚିତ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିଲା । ଯେଉଁଥିରେ ତାଙ୍କ ଉପରେ ଏକାଧିକ ମହିଳା ଯୌନ ଶୋଷଣର ଆରୋପ ଲଗାଇଥିଲେ । ଏହି ଅଭିଯୋଗ ହେବା ପରେ ତାଙ୍କୁ ‘ହାଉସ୍‌ଫୁଲ-୪’ରୁ ବାହାର ମଧ୍ୟ କରି ଦିଆଯାଇଛି । ତେବେ ତାଙ୍କ ଉପରେ ଏବେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ପୂର୍ବରୁ ସେ ଏହାକୁ ନିଜେ ସ୍ୱିକାର କରିଥିବାର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁ ଭିଡ଼ିଓରେ ସେ ଅନେକ ମହିଳାଙ୍କୁ ଧୋକା ଦେବା ସହ ସେମାନଙ୍କ ସହ ଖରାପ ବ୍ୟବହାର କରିଥିବା ସ୍ୱିକାର କରିଥିଲେ ।

Jansatta

ଏ ଭିଡ଼ିଓରେ ତାଙ୍କୁ ତାଙ୍କ ପ୍ରେମ ସଂପର୍କ ବିଷୟରେ ପଚରାଯାଇଥିବା ବେଳେ ସେ ୨୦-୩୦ ବର୍ଷ ବୟସ ମଧ୍ୟରେ ଅନେକ ମହିଳାଙ୍କ ସହ ପ୍ରେମ ସଂପର୍କ ରଖିଥିବା କହିଥିଲେ । “ମୁଁ ୨୦-୩୦ବର୍ଷ ବୟସ ମଧ୍ୟରେ କୁକୁର ଭଳି ହେଉଥିଲି । ଆଜି ଏଠି ତ କାଲି ସେଠି । ଅନେକ ମହିଳାଙ୍କ ହୃଦୟ ଭାଙ୍ଗିଛି । ତାଙ୍କୁ ମିଛ କହି ସେମାନଙ୍କୁ ଧୋକା ଦେଇଛି । ସେ ସମୟରେ ମୋ ଜୀବନରେ ବହୁତ ଭଲ ଭଲ ଝିଅ ଥିଲେ । କିନ୍ତୁ ମୁଁ ସେମାନଙ୍କ ସହ ଖରାପ ବ୍ୟବହାର କରିଥିଲି ବୋଲି ସାଜିଦ୍‌ ସ୍ୱିକାର କରିଥିବା ଭିଡ଼ିଓରେ ଦେଖା ଯାଇଛି ।

ସମ୍ବନ୍ଧିତ ଖବର