ମୁମ୍ବାଇ : ବଲିଉଡ୍ ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାବେଶ ଯୋଶି ଏକ ସୁପର ହିରୋ’ର ରିଲିଜ ତାରିଖ ନିଶ୍ଚିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ର ଜୁନ ୧ ତାରିଖରେ ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରଟି ମେ ୨୫ରେ ରିଲିଜ ହେବାକୁ ଥିବା ବେଳେ କୌଣସି କାରଣ ବଶତଃ ଏହାକୁ ଘୁଞ୍ଚାଯାଇ ଜୁନ୍ ୧ କରାଯାଇଛି। ତେବେ ସୋନମ୍ କପୁରଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ବିରେ ଦି େଓ୍ଵଡ଼ିଙ୍ଗ’ ମଧ୍ୟ ସେହି ଦିନ ରିଲିଜ ହେବାକୁ ଯାଉଛି। କହିବାକୁ ଗଲେ ଉଭୟ ଭାଇଭଉଣୀ ଜୁନ ୧ ତାରିଖ ଦିନ ସାମ୍ନାସାମ୍ନୀ ହେବାକୁ ଯାଉଛନ୍ତି । ଏହା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ବକ୍ସ ଅଫିସରେ ଭାଇ ଭଉଣୀଙ୍କ ଚଳଚ୍ଚିତ୍ର ମଧ୍ୟରେ କିଏ ବିଜେତା ସାଜୁଛନ୍ତି ତାହା ଦେଖିବାକୁ ରହିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ହର୍ଷବର୍ଦ୍ଧନଙ୍କର ‘ଭାବେଶ ଯୋଶି ଏକ ସୁପରହିରୋ’ ଦ୍ୱିତୀୟ ଚଳଚ୍ଚିତ୍ର ହୋଇଥିବା ବେଳେ ସୋନମ ବଲିଉଡ଼ରେ ପୂର୍ବରୁ ତାଙ୍କର ସ୍ଥାନ ତିଆରି କରିସାରିଛନ୍ତି। ବଲିଉଡ଼ ବକ୍ସଅଫିସରେ ପ୍ରଥମ ଥର ପାଇଁ ଭାଇ ଭଉଣୀଙ୍କ ମଧ୍ୟରେ ଏପରି ପ୍ରତିଯୋଗିତା ହେବାକୁ ଯାଉଛି । ତେବେ ହର୍ଷବର୍ଦ୍ଧନଙ୍କ ଅପେକ୍ଷା ସୋନମଙ୍କ ‘ବିରେ ଦି େଓ୍ଵଡ଼ିଙ୍ଗ’ ବହୁତ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରରେ ସୋନମଙ୍କ ବ୍ୟତୀତ ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି କରୀନା କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲସନିଆ । ଏହା କରୀନା କପୁରଙ୍କ ମାତୃତ୍ୱ ଏବଂ ସୋନମଙ୍କ ବିବାହ ପରର ପ୍ରଥମ ଚଳଚ୍ଚିତ୍ର ରହିବ।