ବିହାରର ୨୧୦୦ କୃଷକଙ୍କ ଋଣ ଶୁଝିଲେ ବିଗ୍‌ ବି

ମୁମ୍ବାଇ : ବଲିଉଡ୍‌ର ଶେହେନ୍‌ଶାହା ଅମିତାଭ ବଚ୍ଚନ ପୁଣି ଥରେ ପ୍ରଶଂସାର ପାତ୍ର ହୋଇଛନ୍ତି । ବିହାରର ୨,୦୦୦ରୁ ଅଧିକ କୃଷକଙ୍କ ଋଣ ଶୁଝି ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ସୂଚନା ନିଜେ ଅଭିତାଭ ବଚ୍ଚନ ନିଜର ବ୍ଲଗ୍‌ ଜରିଆରେ ସମସ୍ତଙ୍କୁ ଦେଇଛନ୍ତି ।

Deccan Herald

ବ୍ଲଗ୍‌ରେ, ପ୍ରତିଶୃତିକୁ ପୂରଣ କରାଯାଇଛି । ବିହାରରେ ଯେଉଁ କୃଷକମାନଙ୍କର ଋଣ ବାକିଥିଲା, ସେମାନଙ୍କ ମଧ୍ୟରୁ ୨୧୦୦ କୃଷକଙ୍କୁ ବଛାଯାଇ ଓ୍ଵାନ୍‌ ଟାଇମ୍‌ ସେଟଲମେଣ୍ଟ ଜରିଆରେ ସେମାନଙ୍କ ଋଣ ଶୁଝା ଯାଇଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଜନକକୁ ଡ଼କାଇ ଶ୍ୱେତା ଏବଂ ଅଭିଷେକଙ୍କ ହାତରେ ଟଙ୍କା ଦିଆଯାଇଛି ବୋଲି ଲେଖିଛନ୍ତି ବିଗ୍‌ ବି । ଅଭିତାଭ ବଚ୍ଚନଙ୍କ ଘର ନାଁ ଜନକ ହୋଇଥିବା ବେଳେ ତାଙ୍କର ଏଭଳି କାମ ପୁଣି ଥରେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସେ ଅନେକ କୃଷକଙ୍କ ଋଣ ଶୁଝି ସାରିଛନ୍ତି । ପେଶାଦାର ଜୀବନକୁ ଦେଖିବାକୁ ଗଲେ, ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ଏବେ ରିଲିଜ୍‌ ଅପେକ୍ଷାରେ ରହିଛି ।

ସମ୍ବନ୍ଧିତ ଖବର