ରାଜନେତାଙ୍କ ପରିବାରର ସଦସ୍ୟ ହୋଇ ମଧ୍ୟ ରାଜନୀତି କରି ନାହାନ୍ତି ଏହି ବଲିଉଡ୍‌ କଳାକାର

ବି-ଟାଉନ୍‌ରେ ଏମିତି ଅନେକ କଳାକାର ଅଛନ୍ତି । ଯେଉଁମାନେ ଅଭିନୟ କରିବା ପରେ ରାଜନୀତିରେ ପାଦ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ ବବ୍ଦର, ପରେଶ ରାଓ୍ଵଲ, ଶତ୍ରୁଘ୍ନ ସିହ୍ନା, ଜୟା ବଚ୍ଚନ ଏବଂ ହେମା ମାଲିନି । କିନ୍ତୁ ବଲିଉଡ୍‌ରେ ଏମିତି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ରାଜନେତାଙ୍କ ପରିବାରର ହୋଇ ମଧ୍ୟ ରାଜନୀତି ଛାଡ଼ି ଅଭିନୟକୁ ବାଛିଥିଲେ । ଆଜି ଆମେ ହିନ୍ଦି ସିନେମା ଜଗତର କିଛି ଏମିତି କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନେ ରାଜନୀତିକୁ ଛାଡ଼ି ବଲିଉଡ୍‌ରେ ପାଦ ଦେଇଥିଲେ ।

୧. ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ୍‌ ଏକ ରାଜନେତାଙ୍କ ପରିବାରରୁ ଆସି ବଲିଉଡ୍‌ରେ ପହଞ୍ଚିଥିଲେ । ତାଙ୍କ ବାପା ବିଳାସରାଓ ଦେଶମୁଖ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ବାପାଙ୍କ ବିୟୋଗ ପରେ ରିତେଶ ରାଜନୀତିକୁ ଯିବା କଥା ଭାବି ନଥିଲେ । ତାଙ୍କ ପାଖରେ ସୁଯୋଗ ଥାଇ ମଧ୍ୟ ସେ ସେହି ସୁଯୋଗକୁ ହାତଛଡ଼ା କରିଥିଲେ ।

loksatta.com

୨. ବଲିଉଡ୍‌ର ଅନେକ ଫିଲ୍ମରେ ଭିଲେନ ସାଜିଛନ୍ତି ଅଭିନେତା ଅରୁଣୋଦୟ ସିଂହ । ଅରୁଣୋଦୟ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅର୍ଜନ ସିଂହଙ୍କ ନାତି ଏବଂ କଂଗ୍ରେସ ନେତା ଅଜୟ ସିଂହଙ୍କ ପୁଅ ବୋଲି ଜଣା ପଡ଼ିଛି । ୨୦୦୯ରେ ସେ ବଲିଉଡ୍‌ ଫିଲ୍ମରେ ଡ଼େବ୍ୟୁ କରିଥିବା ବେଳେ ଆଉ ପଛକୁ ଫେରି ନଥିଲେ । ରାଜନୀତି କରିବା ପାଇଁ ତାଙ୍କ ପାଖରେ ସୁଯୋଗ ଥାଇ ମଧ୍ୟ ସେ ହାତଛଡ଼ା କରିବା ସହ ଅଭିନୟ କରିବେ ବୋଲି ଭାବିଥିଲେ ।

StarsUnfolded

୩. ବଲିଉଡ୍‌ ଅଭିନେତ୍ରୀ ନେହା ଶର୍ମା ମଧ୍ୟ ଏକ ରାଜନୈତିକ ପରିବାରୁ ଆସିଛନ୍ତି । ନେହାଙ୍କ ବାପା ଅଜିତ୍‌ କୁମାର ଶର୍ମା ଜଣେ କଂଗ୍ରେସ ନେତା ହୋଇଥିବା ବେଳେ ୨୦୧୪ରେ ସେ ଭାଗଲପୁରର ବିଧାୟକ ବନିଥିଲେ ।

newsnation.in

୪. ଶେଷରେ ଅଛନ୍ତି ଦବଙ୍ଗ ଖାନ୍‌ଙ୍କ ଭିଣୋଇ ଆୟୁଶ ଶର୍ମା । ସଲମାନଙ୍କ ଭଉଣୀ ଅର୍ପିତାଙ୍କ ବିବାହ କରିବା ପରେ ସେ ଏବେ ଫିଲ୍ମ ଲଭରାତ୍ରୀରୁ ନିଜର ବଲିଉଡ୍‌ ଡ଼େବ୍ୟୁ କରୁଛନ୍ତି । ଆୟୁଶ ଜଣେ ଅଭିନେତା ହେବାକୁ ଇଚ୍ଛା କରିଥିବା ବେଳେ ତାଙ୍କ ଜେଜେ ବାପା ସୁଖ୍‌ରାମ ଶର୍ମା ଜଣେ ସକ୍ରିୟ କଂଗ୍ରେସ ନେତା ଥିବା ବେଳେ ୨୦୧୭ରେ ସେ ବିଜେପିରେ ସାମିଲ ହୋଇଥିଲେ ।

The Indian Express
ସମ୍ବନ୍ଧିତ ଖବର