ବଲିଉଡ ଛବିର ଏ ସବୁ ରାଖି ଗୀତ ଆଜି ବି ଶ୍ରୋତାଙ୍କ ମନଜିଣେ

ରକ୍ଷାବନ୍ଧନକୁ ବଲିଉଡର ନିର୍ଦ୍ଦେଶକମାନେ ଚମତ୍କାର ଭାବେ ପ୍ରଦର୍ଶନ କରିଛନ୍ତି। ଭାଇ-ଭଉଣୀର ପବିତ୍ର ସଂପର୍କକୁ ଗାୟକ, ଗୀତିକାର ଓ ସଙ୍ଗୀତକାରମାନେ ମଧ୍ୟ ସଙ୍ଗୀତରୂପ ଦେଇଛନ୍ତି। ଆସନ୍ତୁ ନଜର ପକାଇବା ହିନ୍ଦୀ ସିନେମାର ଏଭଳି କେତେକ ଲୋକପ୍ରିୟ ରାଖି ଗୀତ ଉପରେ।

୧-ଭୈୟା ମେରେ ବନ୍ଧନ୍‌ କୋ ନିଭାନା: ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ସିନେମା ‘ଛୋଟି ବହନ୍‌’ରେ ଥିଲା ଏହି ଗୀତ। ଏଥିରେ ଦୁଇ ଭାଇ ଭୂମିକାରେ ନଜର ଆସିଥିଲେ ବଲରାଜ୍‌ ସାହଣୀ ଓ ରେହମାନ୍‌। ଏହି ଫିଲ୍ମରେ ସାନ ଭଉଣୀ ସାଜିଥିଲେ ଅଭିନେତ୍ରୀ ନନ୍ଦା। ଏହି ଲୋକପ୍ରିୟ ରାଖି ଗୀତରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର୍‌। ଗୀତିକାର ଶୈଳେନ୍ଦ୍ର ଓ ସଙ୍ଗୀତକାର ଶଙ୍କର-ଜୟକିଶନ୍‌।

୨-ମେରେ ଭୈୟା ମେରେ ଚନ୍ଦା…: ରାମ ମାହେଶ୍ୱରୀଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ‘କାଜଲ୍‌’ରେ ସ୍ଥାନୀତ ହୋଇଥିଲା ଏହି ରାଖି ଗୀତ। ଏହାର ସଙ୍ଗୀତକାର ହେଲେ ରବି ଓ ଗାୟିକା ଆଶା ଭୋଁସଲେ।

୩-ବେହେନା ନେ ଭାଇ କି କଲାଇ ସେ..: ୧୯୭୪ ମସିହାର ହିନ୍ଦୀ ସିନେମା‘ରେଶମ୍‌ କି ଡୋରି’ର ଏହି ଲୋକପ୍ରିୟ ରାଖି ଗୀତରେ କଣ୍ଠଦାନ କରିଥିଲେ ସୁମନ୍‌ କଲ୍ୟାଣପୁର। ଏହାର ଗୀତିକାର ଇନ୍ଦିବର ଓ ସଙ୍ଗୀତକାର ହେଲେ ଶଙ୍କର-ଜୟ କିଶନ୍‌।

Hitmoviedialogues

୪-ଫୁଲୋଁକୋ ତାରୋଁ କା ସବ୍‌କା କେହନାହୈ….: ‘ହରେ ରାମା ହରେ କ୍ରିଷ୍ଣା’ ଫିଲ୍ମର ଏହି ସୁପରହିଟ୍‌ ରାଖିଗୀତକୁ ସହଜରେ ଭୁଲିହେବ ନାହିଁ। ଏହି ସିନେମାରେ ଦେବଆନନ୍ଦ ଓ ଜୀନତ ଅମାନ୍‌ ବନିଥିଲେ ଭାଇ-ଭଉଣୀ। ଏହି ଗୀତରେ କଣ୍ଠଦାନ କରିଥିଲେ କିଶୋର କୁମାର ଓ ଲତା ମଙ୍ଗେସକର୍‌। ଆନନ୍ଦ ବକ୍ସିଙ୍କ ରଚିତ ଏହି ଗୀତର ସ୍ୱର ସଂଯୋଜନା କରିଥିଲେ ଆର୍‌.ଡି ବର୍ମନ୍‌।

4to40

୫-ମେରି ପ୍ୟାରି ବହନିୟା ବନେଗି ଦୁଲହନିଆ…: ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କ ସୁପରହିଟ୍‌ ଫିଲ୍ମ‘ସଚ୍ଚା ଝୁଠା’ର ଏହି ଗୀତରେ ଭାଇ-ଭଉଣୀ ସଂପର୍କକୁ ନୂଆ ରୂପ ଦିଆଯାଇଥିଲା । ଏହି ଗୀତରେ କଣ୍ଠଦାନ କରିଥିଲେ କିଶୋର କୁମାର। ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ କଲ୍ୟାଣଜୀ-ଆନନ୍ଦଜୀ।

ସମ୍ବନ୍ଧିତ ଖବର