କୌଣସି ଫିଲ୍ମଠାରୁ କମ ନୁହେଁ କଣ୍ଠଶିଳ୍ପୀ ଶାନ୍ଙ୍କ ପ୍ରେମ କାହାଣୀ, ନିଜ ଠାରୁ ୬ବର୍ଷ ସାନ ପ୍ରେମିକାଙ୍କୁ ଏଭଳି ଦେଇଥିଲେ ପ୍ରେମ ପ୍ରସ୍ତାବ
ମୁମ୍ବାଇ : ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି କଣ୍ଠଶିଳ୍ପୀ ଶାନ୍ । ନିଜ ସ୍ୱରର ଯାଦୁରେ ସେ ଭାରତରେ ଲୋକପ୍ରିୟ ହେବା ସହ କେବଳ ହିନ୍ଦୀ ନୁହେଁ ବରଂ ବେଙ୍ଗଲି,ମରାଠୀ,ଉର୍ଦ୍ଦୁ,ତେଲୁଗୁ ଏବଂ କନ୍ନଡ଼ ଭାଷାରେ ଗୀତ ଗାଇ ସେ ନିଜକୁ ପ୍ରମାଣିତ କରିଛନ୍ତି । ଶାନ୍ଙ୍କ ଅସଲ ନାମ ଶନ୍ତନୁ ମୁଖାର୍ଜୀ ହୋଇଥିବା ବେଳେ ଆଜି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ ବଡ଼ ତଥ୍ୟ ପ୍ରଘଟ କରିବାକୁ ଯାଉଛୁ ।
Sambad is now on WhatsApp
Join and get latest news updates delivered to you via WhatsApp
୧୭ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ବିଭିନ୍ନ ବିଜ୍ଞାପନ ପାଇଁ ଜିଙ୍ଗଲ୍ସ ଲେଖିବା ଆରମ୍ଭ କରିଥିଲେ ଶାନ୍ । ୨୦୦୦ ମସିହାରେ ସେ ନିଜ ପ୍ରେମିକା ରାଧିକାଙ୍କୁ ବିବାହ କରିଥିବା ବେଳେ ଏବେ ସେ ଦୁଇଟି ସନ୍ତାନର ବାପା ବୋଲି ଜଣାପଡ଼ିଛି । ତେବେ ଯଦି ଦୁହିଁଙ୍କ ପ୍ରେମ କାହାଣୀ କଥା କହିବା ରାଧିକାଙ୍କୁ ୧୭ ଏବଂ ଶାନ୍ଙ୍କୁ ୨୪ ବର୍ଷ ବୟସ ହୋଇଥିବା ସମୟରେ ଦୁହେଁ ପ୍ରଥମେ ଦେଖା ହୋଇଥିଲେ ।
କିଛି ଦିନର ବନ୍ଧୁତା ପରେ ଦିନେ ଦୁହେଁ ଏକା ସାଙ୍ଗରେ ସମୁଦ୍ର କୂଳକୁ ବୁଲି ଯାଇଥିଲେ । ସେ ସମୟରେ ଶାନ୍ ଆଣ୍ଠୁମାଡ଼ି ବସିବା ସହ ଏ ସାଗର,ଏ ଆକାଶ ଏବଂ ଏ ପବନ ସାକ୍ଷୀ ଅଛନ୍ତି,କ’ଣ ତୁମେ ମୋତେ ବିବାହ କରିବ? ଶାନ୍ଙ୍କଠାରୁ ଏହି ପ୍ରଶ୍ନ ଶୁଣି ତୁରନ୍ତ ହଁ ଭରିଥିଲେ ରାଧିକା ।