ବଡ଼ ବଜେଟର ଫିଲ୍ମ ହୋଇ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍‌ ହୋଇ ଯାଇଥିଲା ଏହି ୫ଟି ବଲିଉଡ୍‌ ଫିଲ୍ମ, ଶେଷ ଫିଲ୍ମରେ ଟଙ୍କା ଲଗାଇ କାନ୍ଦିଥିଲେ ନିର୍ମାତା

ବଲିଉଡ୍‌ରେ ବକ୍ସ ଅଫିସରୁ ହେଉଥିବା ଆୟ ହିଁ ଫିଲ୍ମକୁ ହିଟ୍‌, ସୁପରହିଟ୍‌ ବା ବ୍ଲକ୍‌ବଷ୍ଟର କରିଥାଏ । ବକ୍ସ ଅଫିସର ଆୟ ଉପରେ ଫିଲ୍ମର ଭାଗ୍ୟ ନିର୍ଭର କରିଥାଏ । ଯଦି ଆମେ ବଲିଉଡ୍‌ର ଏହି ୫ଟି ଫିଲ୍ମ ବିଷୟରେ ଯଦି କଥା ହେବା ତେବେ ଏହି ଫିଲ୍ମ କରିବା ପରେ ବକ୍ସ ଅଫିସର ଆୟକୁ ଦେଖି ଫିଲ୍ମର ନିର୍ମାତା କାନ୍ଦିବାକୁ ଲାଗିଥିଲେ ।

୧. ଫିଲ୍ମ ‘ଦ୍ରୋଣ’ରେ ଅଭିଷେକ ବଚ୍ଚନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ତିଆରି କରିବା ପାଇଁ ୬୦କୋଟି ଟଙ୍କା ଲାଗିଥିବା ବେଳେ ନିର୍ମାତାଙ୍କୁ ଏହି ଫିଲ୍ମ ପାଇଁ ୫୧କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା ।

Naukri Nama

୨.ଫିଲ୍ମ ‘ମଙ୍ଗଲ ପାଣ୍ଡେ’ରେ ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟ ଆମିର ଖାନ୍‌ଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମକୁ ନେଇ ସବୁ ବେଳେ ସଜାଗ ରହୁଥିବା ଆମିରଙ୍କ ଏହି ଫିଲ୍ମକୁ ତିଆରି କରିବା ପାଇଁ ୩୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନିର୍ମାତାଙ୍କୁ ଏହି ଫିଲ୍ମ ପାଇଁ ୯କୋଟି ଟଙ୍କା ଘାଟା ସହିବାକୁ ପଡ଼ିଥିଲା ।

YouTube

୩.ଫିଲ୍ମ ‘ଅଶୋକା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଶାହାରୁଖ୍‌ ଖାନ୍‌ ଏବହଂ କରୀନା କପୁର।  ଫିଲ୍ମର ଗୀତ ମନଛୁଆଁ ହୋଇଥିବା ବେଳେ ଫିଲ୍ମ ବକ୍ସ ଅଫିସରେ ସେତେଟା ଧମାଲ କରି ପାରି ନଥିଲା । ଫିଲ୍ମକୁ ତିଆରି କରିବା ପାଇଁ ୧୨.୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନିର୍ମାତାଙ୍କୁ ଏହି ଫିଲ୍ମ ପାଇଁ ୧କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା ।

YouTube

୪.ଫିଲ୍ମ ‘ବମ୍ବେ ଭେଲ୍‌ଭେଟ’କୁ ତିଆରି କରିବା ପାଇଁ ନିର୍ମାତା ୧୨୦କୋଟି ଟଙ୍କା ପୁଞ୍ଜି ଖଟାଇଥିବା ବେଳେ ନିର୍ମାତାଙ୍କୁ ୧୦୦କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଫିଲ୍ମ ଭଲ ଆୟ କରିବ ବୋଲି ଆଶା କରାଯାଉଥିବା ବେଳେ ତାହା ହୋଇ ପାରି ନଥିଲା ।

Hindustan Times

୫.ଶେଷରେ ଆସୁଛି ଫିଲ୍ମ ‘ସାଓ୍ଵରିୟା’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରଣବୀର କପୁର ଏବଂ ସୋନମ କପୁର । ଫିଲ୍ମକୁ ନେଇ ଅନେକ ଆଶା କରାଯାଉଥିବା ବେଳେ ଫିଲ୍ମଟି ସୁପରଫ୍ଲପ୍‌ ହୋଇଥିଲା । ଫିଲ୍ମ ପାଇଁ ୪୦ କୋଟି ଟଙ୍କା ଲଗା ଯାଇଥିବା ବେଳେ ନିର୍ମାତାଙ୍କୁ ୪୦କୋଟି ଟଙ୍କାର ଘାଟା ସହିବାକୁ ପଡ଼ିଥିଲା ।

BollyNook
ସମ୍ବନ୍ଧିତ ଖବର