ଶ୍ରୀଦେବୀଙ୍କ ଟ୍ରିବ୍ୟୁଟ୍‌ ଭିଡିଓକୁ ନିଜର ବୋଲି କହୁଥିବା ମହିଳାଙ୍କୁ ଉଚିତ୍‌ ଜବାବ ଦେଲେ ସ୍ୱାମୀ ବୋନି କପୁର

ମୁମ୍ବାଇ : ଆଇଫା ଆଓ୍ଵାର୍ଡ଼ ୨୦୧୮ରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କର କିଛି ସ୍ମରଣୀୟ ମୂହୁର୍ତ୍ତର ଭିଡ଼ିଓକୁ ବ୍ୟବହାର କରାଯାଇଥିଲା । ଏହି ଭିଡ଼ିଓ ପ୍ରସାର ହେବା ପରେ ଶ୍ରୀଦେବୀଙ୍କ ଜଣେ ପ୍ରଶଂସକ ପ୍ରସାର ହୋଇଥିବା ଭିଡ଼ିଓଟି ତାଙ୍କର ବୋଲି କହିଥିଲେ । ଏହା ସହ ଇଭେଣ୍ଟର ଆୟୋଜକମାନେ ତାଙ୍କ ବିନା ଅନୁମତିରେ ସେ ଭିଡ଼ିକୁ ପ୍ରସାର କରିଥିବା ସେ ଅଭିଯୋଗ କରିଥିଲେ । କିଛି ଦିନ ଧରି ଏ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏ ନେଇ ବିସ୍ତାର ଭାବେ ସୂଚନା ଦେଇ ଶ୍ରୀଦେବୀଙ୍କ ଏହି ପ୍ରଶଂସକଙ୍କୁ ଉଚିତ୍‌ ଜବାବ୍‌ ଦେଇଛନ୍ତି ବୋନି କପୁର ।

ସୂଚନା ମୁତାବକ, ଶ୍ରୀଦେବୀଙ୍କ ପ୍ରଶଂସକ ଶବା ଅରିଫ୍‌ ଜୁଲାଇ ୩୦ରେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, “ମୁଁ ଗତକାଲି ଟିଭିରେ ଆଇଫା ଆଓ୍ଵାର୍ଡ଼ ଦେଖୁଥିଲି । ଏଥିିରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାର ଏକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ଭିଡ଼ିଓଟି ଦେଖିବା ପରେ ତାହା ମୁଁ ତିଆରି କରିଥିବା ଭିଡ଼ିଓ ବୋଲି ଜାଣି ପାରିଥିଲି । ଏହି ଭିଡ଼ିଓ ମୁଁ ମୋ ଚ୍ୟାନେଲ Kaleidoscopiaରେ ମାର୍ଚ୍ଚ ୨୫,୨୦୧୮ରେ ପୋଷ୍ଟ କରିଥିଲି । ଇଭେଣ୍ଟରେ ମୁଁ ତିଆରି କରିଥିବା ଭିଡ଼ିଓ ଦେଖା ଯାଇଥିବା ବେଳେ ଏ ନେଇ ମୋ ଠାରୁ ଅନୁମତି ନିଆ ଯାଇ ନଥିଲା।” ।

ଏଥିସହ ସବା ସେ ଭିଡ଼ିଓର ଲିଙ୍କ ମଧ୍ୟ ସେୟାର କରିଥିବା ଦେଖା ଯାଇଥିଲା । ସବାଙ୍କ ଏହି ଅରୋପକୁ ମିଛ ବୋଲି କହି ଭିଡ଼ିଓରେ ଦେଖା ଯାଇଥିବା ଦୃଶ୍ୟଗୁଡ଼ିକ ମୋର ଏବଂ ୟଶରାଜ ଫିଲ୍ମର କିଛି ଦୃଶ୍ୟ ବୋଲି ବୋନି କପୁର କହିଛନ୍ତି । ବୋନି କପୁର କହିଛନ୍ତି, “ଫିଲ୍ମ ଆମର ମାନେ ଆମର ଅଧିକାର ରହିଛି କି ଆମେ ତାକୁ ଯେଉଁଠି ଯେମିତି ବ୍ୟବହାର କରି ପାରିବୁ । ଏହି ଭିଡ଼ିଓକୁ ଦେଖି ମୁଁ ହିଁ ପ୍ରଦର୍ଶନ ପାଇଁ ଆଇଫାକୁ ଅନୁମତି ଦେଇଥିଲି । ସବା ଏହାକୁ ନିଜର ଭିଡ଼ିଓ କିପରି କହୁଛନ୍ତି । ଯଦି ଏହି ଭିଡ଼ିଓକୁ ନେଇ ତାଙ୍କର କିଛି ଅସୁବିଧା ରହିଛି ତେବେ ସେ ଆରୋପ ଲଗାଇବା ପରିବର୍ତ୍ତେ ମୋତେ ଆସି ଦେଖା କରିବା ଦରକାର।”

ସମ୍ବନ୍ଧିତ ଖବର