ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟରୁ କରାଗଲା ତୃତୀୟ ଟୁଇଟ୍‌, ଜାଣନ୍ତୁ କିଏ ଏହି ଟୁଇଟ୍‌ କଲା ଓ କାହିଁକି?

ମୁମ୍ବାଇ : ଶ୍ରୀଦେବୀଙ୍କ ଦେହାନ୍ତ ଦୁଇ ମାସ ତଳୁ ହୋଇ ସାରିଥିବା ବେଳେ ଏବେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଗତକାଲି ବିଜ୍ଞାନ ଭବନରେ ଆୟୋଜିତ ହୋଇଥିବା ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡ଼ ୨୦୧୮ ଉତ୍ସବରେ ଶ୍ରୀଦେବୀଙ୍କୁ ଫିଲ୍ମ ‘ମମ୍‌’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା । ଏହି ସମ୍ମାନକୁ ଗ୍ରହଣ କରିଥିଲେ ସ୍ୱାମୀ ବୋନି କପୁର ଏବଂ ତାଙ୍କର ଦୁଇ ଝିଅ । ଏହି ସମ୍ମାନ ଗ୍ରହଣ କରିବା ସମୟରେ ଜାହ୍ନବୀ ଶ୍ରୀଦେବୀଙ୍କ ମନ ପସନ୍ଦର ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ପୁରସ୍କାର ଗ୍ରହଣ କରିବା ପରେ ପୁଣି ଥରେ ପରିବାର ଲୋକେ ତାଙ୍କୁ ମନେ ପକାଇଛନ୍ତି । ଶ୍ରୀଦେବୀଙ୍କୁ ମିଳିଥିବା ଏହି ସମ୍ମାନକୁ ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିବା ପାଇଁ ସ୍ୱାମୀ ବୋନି କପୁର ଶ୍ରୀଦେବୀଙ୍କ ଟ୍ଵିଟର ଆକାଉଣ୍ଟ ବ୍ୟବହାର କରିଥିବା ଜଣାପଡ଼ିଛି ।

ତୃତୀୟ ଥର ପାଇଁ ସେ ଶ୍ରୀଦେବୀଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ୟବହାର କରିବା ସହ ତାଙ୍କୁ ମିଳିଥିବା ପୁରସ୍କାରର ଫଟୋକୁ ସେୟାର କରିଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡ଼ କ୍ୟାପ୍‌ସନ ରଖିଥିବା ଦେଖିବାକୁ ମିଳିଛି । ବୋନିଙ୍କ ଏହି ପୋଷ୍ଟ ପରେ ଶ୍ରୀଦେବୀଙ୍କ ପ୍ରଶଂସକମାନେ ନିଜ ଖୁସି ଜାହିର କରିବା ସହ ବୋନିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ଶ୍ରୀଦେବୀଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକମାନେ କରିଥିବା ସମର୍ଥନର ଉତ୍ତର ଦେବା ପାଇଁ ଯାଇ ବୋନି କପୁର ଶ୍ରୀଦେବୀଙ୍କ ଟ୍ଵିଟର ଆକାଉଣ୍ଟ ବ୍ୟବହାର କରି ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ । ତେବେ ଏହି ଟ୍ଵିଟ୍‌ ଶ୍ରୀଦେବୀଙ୍କ ଦେହାନ୍ତ ପରେ ତାଙ୍କ ଆକାଉଣ୍ଟରୁ ବୋନି କପୁର କରିଥିବା ତୃତୀୟ ଟ୍ଵିଟ୍‌ ବୋଲି ଜଣା ପଡ଼ିଛି ।

ଏହି ପୁରସ୍କାର ଗ୍ରହଣ ସମୟରେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ଶ୍ରୀଦେବୀଙ୍କ ଭଳି ଜାହ୍ନବୀ ମଧ୍ୟ ତାଙ୍କ ବାପାଙ୍କ ଯତ୍ନ ନେଉଥିଲେ । ଏକ ରୁମାଲ ସାହାଯ୍ୟରେ ଜାହ୍ନବୀ ବୋନି କପୁରଙ୍କ ମୁଣ୍ଡରୁ ଝାଳ ପୋଛୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଶ୍ରଦେବୀ ମଧ୍ୟ ଏପରି କରୁଥିଲେ ବୋଲି ଏହି ଫଟୋ ସେୟାର ହେବା ପରେ ଜାଣିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର