ଦୀର୍ଘ ଦିନ ଲିଭ-ଇନ୍‌ ରିଲେସନରେ ରହିବା ପରେ ବ୍ରେକ-ଅପ୍‌ କରିଥିଲେ ଏହି ବଲିଉଡ୍‌ କଳାକାର

ଆଜିକାଲି ସମୟରେ ଯୁବକ ଯୁବତୀଙ୍କର ଲିଭ-ଇନ ରିଲେସନରେ ରହିବା ଗୋଟେ ସାଧାରଣ କଥା । ଏହା ପରେ ମଧ୍ୟ ଦେଶରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ ଲିଭ-ଇନ୍‌କୁ ଗ୍ରହଣ କରାଯାଇ ନଥାଏ । ଆଜିକା ସମୟରେ ବିବାହ କରିବା ପାଇଁ ପ୍ରସ୍ତୁତ ନ ଥିଲେ ଯୁବକ ଯୁବତୀ ଲିଭ-ଇନରେ ରହିବା ପାଇଁ ନିଷ୍ପତ୍ତିି ନେଇଥାନ୍ତି । ଏହା ଦ୍ୱାରା ପ୍ରେମୀଯୁଗଳଙ୍କୁ ପରସ୍ପରକୁ ବୁଝିବା ପାଇଁ ସମୟ ମିଳିଥାଏ । ତେବେ ଏପରି ମଧ୍ୟ ଅନେକ ବଲିଉଡ୍‌ କଳାକାର ଅଛନ୍ତି ଯେଉଁମାନେ ଲିଭ-ଇନ୍‌ରେ ରହିବା ପରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି । ତେବେ ଆସନ୍ତୁ ଜାଣିବା ସେମିତି କିଛି ବଲିଉଡ଼ କଳାକାରଙ୍କ ବିଷୟରେ ।

ରଣବୀର କପୁର ଏବଂ କାଟ୍ରିନା କୈଫ : କିଛି ଦିନ ପୂର୍ବରୁ ବି-ଟାଉନରେ ଚର୍ଚ୍ଚିତ ପ୍ରେମକାହାଣୀ ଥିଲା ରଣବୀର କପୁର ଏବଂ କାଟ୍ରିନା କୈଫଙ୍କର । ଦୁହେଁ ବାନ୍ଦ୍ରାର ଏକ ଆପାର୍ଟମେଣ୍ଟରେ ଲିଭ-ଇନରେ ରହୁଥିଲେ । ପ୍ରାୟ ୫ ବର୍ଷ ଲିଭ-ଇନରେ ରହିବା ପରେ ବର୍ତ୍ତମାନ କିଛି ଦିନ ପୂର୍ବରୁ ଦୁହିଁଙ୍କର ବ୍ରେକଅପ ହୋଇଛି।

ଜନ ଆବ୍ରାହମ ଏବଂ ବିପାଶା ବସୁ : ଜନ ଆବ୍ରାହମ୍‌ ଏବଂ ବିପାଶା ବସୁଙ୍କର ଯୋଡ଼ି ବଲିଉଡର ସବୁଠାରୁ ହିଟ ଯୋଡ଼ି ବୋଲି କୁହାଯାଇଥାଏ । ଦୁହେଁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଏକା ସାଙ୍ଗରେ ଲିଭ-ଇନରେ ରହିଥିଲେ । ତେବେ ଜନ୍‌ ବିପାଶାଙ୍କ ସହ ବ୍ରେକଅପ କରିବା ପରେ ପ୍ରିୟା ରଞ୍ଚାଲଙ୍କୁ ବିବାହ କରିଥିବା ବେଳେ ବିପାଶା ବିବାହ କରିଛନ୍ତି କରଣ ଗ୍ରୋଭରଙ୍କୁ ।

ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ : ଟିଭି ଧାରାବାହିକରୁ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିବା ସୁଶାନ୍ତ ସିଂ ରାଜପୁତ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ଼ରେ ଅନେକ ହିଟ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି । ତେବେ ବଲିଉଡ଼କୁ ଆସିବା ପୂର୍ବରୁ ହିଁ ସେ ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ-ଇନରେ ରହୁଥିଲେ । ସେ ଦୁହେଁ ଅନେକ ସମୟ ପର୍ଯ୍ୟନ୍ତ ଲିଭ-ଇନରେ ରହିଥିଲେ । ପରେ ଦୁହେଁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତିି ନେଇଥିଲେ କିନ୍ତୁ କୌଣସି କାରଣ ପାଇଁ ଦୁହିଁଙ୍କ ସଂପର୍କରେ ଭଟ୍ଟା ପଡ଼ିଥିଲା।

ଲାରା ଦତ୍ତା ଏବଂ କେଲି ଦୋରଜୀ : ଲାରା ଦତ୍ତା ଏବଂ କେଲି ଦୋର୍‌ଜୀ ଦୀର୍ଘ ଦିନ ଧରି ଲିଭ-ଇନରେ ରହୁଥିଲେ । ବହୁ ଦିନ ଲିଭଇନରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ପରେ ଲାରା ଭାରତୀୟ ଟେନିସ ଖେଳାଳୀ ମହେଶ ଭୂପତ୍ତିଙ୍କ ସହ ବିବାହ କରିଛନ୍ତି ।

ସମ୍ବନ୍ଧିତ ଖବର