ପ୍ରଥମ ପତ୍ନୀ ଅମୃତା ସିଂହଙ୍କୁ କାହିଁକି ଛାଡ଼ିଥିଲେ ସୈଫ୍ ଅଲ୍ଲୀ ଖାନ୍?
ମୁମ୍ବାଇ: ଅଭିନେତ୍ରୀ ଅମୃତା ସିଂହ ଓ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କର ପ୍ରଥମ ଭେଟ ନିର୍ମାତା ରାହୁଲ ରେଓ୍ଵଲ୍ଙ୍କ ଫିଲ୍ମ ‘ବେଖୁଦି’ର ସେଟ୍ରେ ହୋଇଥିବାବେଳେ,ପ୍ରଥମ ଦେଖାରେ ହିଁ ସୈଫ୍ ତାଙ୍କୁ ଦିଲ୍ ଦେଇଥିଲେ। ଏଥିସହିତ ସୈଫ୍ଙ୍କୁ ଏହା ମଧ୍ୟ ଜଣା ଥିଲା ଯେ,ଅମୃତା ତାଙ୍କଠାରୁ ବୟସରେ ଢ଼େର୍ ବର୍ଷ ବଡ଼।ହେଲେ ସୈଫ୍ଙ୍କ ମୁଣ୍ଡରେ ଅମୃତାଙ୍କ ପ୍ରେମ ଏମିତି ଚଢ଼ିଥିଲା ଯେ,ଅମୃତାଙ୍କ ବିନା ତାଙ୍କୁ କିଛି ହେଲେ ବି ଦିଶୁନଥିଲା।ତେବେ ନିର୍ମାତା ରାହୁଲ୍ ଖେଲ୍ଙ୍କୁ ଯେତେବେଳେ ଜଣାପଡ଼ିଲା କି ତାଙ୍କ ସେଟ୍ରେ ସୈଫ୍ ଅଲ୍ଲୀ ଖାନ୍ ଫିଲ୍ମ ଅପେକ୍ଷା ଅଭିନେତ୍ରୀ ଅମୃତା ସିଂହଙ୍କ ଉପରେ ଧ୍ୟାନ ଦେଉଛନ୍ତି,ସେତେବେଳେ ସେ ଏହି ପିଲ୍ମରେ ସୈଫ୍ଙ୍କୁ ହଟାଇ ଅଭିନେତା କମଲ୍ ସଦାନାଙ୍କୁ ଅମୃତାଙ୍କ ବିପକ୍ଷରେ ହିରୋ ଭାବରେ ନେଇଥିଲେ। ତେବେ ଏହା ପରେ ବି ଅଭିନେତା ସୈଫ୍ ଅମୃତାଙ୍କ ପିଛା ଛାଡ଼ି ନ ଥିଲେ। ବରଂ ସେ ଏକଦା ଖାଦ୍ୟ ଖାଇବା ବାହାନାରେ ଅଭିନେତ୍ରୀ ଅମୃତାଙ୍କ ଘରକୁ ଯାଇ ପହଞ୍ଚବା ସହିତ ଜଲ୍ଦି ସେମାନଙ୍କର ବିବାଘର ମଧ୍ୟ ତାରିଖ ଠକ୍ କରିଥିଲେ। ଏହାପରେ ସୈଫ୍-ଅମୃତା ଲୁଚିଛପି ବିବାହ କରି ବାହାରେ ରହିବାକୁ ଲାଗିଲେ।କାରଣ ସୈଫ୍-ଅମୃତାଙ୍କର ଏହି ବାହାଘରକୁ ପସନ୍ଦ କରୁନଥିଲେ ସୈଫ୍ ଅଲ୍ଲୀ ଖାନ୍ଙ୍କ ପିତା ପଟୌଦି ସାହେବ୍। ଫଳରେ ବାହାଘର ପରେ ଅଭିନେତ୍ରୀ ଅମୃତା ତାଙ୍କ କ୍ୟାରିଅର୍ରେ ପୂର୍ଣ୍ଣଛେଦ ଲଗାଇବା ସହିତ ଘରସଂସାରରେ ବ୍ୟସ୍ତ ରହିଥିଲେ। ଏଥିସହିତ ସେହି ସମୟରେ ହିଁ ଅମୃତାଙ୍କ ପାଇଁ ସୈଫ୍ଙ୍କର ପ୍ରେମର ପାଗଳାମି ଛାଡ଼ିବାକୁ ଲାଗିଲା,ଯେଉଁ ସମୟରେ କି ଅଭିନେତ୍ରୀ ଅମୃତା ତାଙ୍କୁ ଫ୍ଲପ୍ ବ୍ୟକ୍ତି ବୋଲି କହିବାକୁ ଲାଗିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କାରଣ ସେହି ସମୟରେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ବଲିଉଡ୍ରେ ଏତେ ବି ଚର୍ଚ୍ଚିତ ନଥିଲେ। ଏହାର ଫଳସ୍ୱରୂପ ଅଭିନେତ୍ରୀ ଅମୃତାଙ୍କ ସହିତ ସୈଫ୍ଙ୍କର ସଂପର୍କ ଖରାପ ହେବାକୁ ଲାଗିଲା।ଏହାପରେ ହାରାହାରି ୧୦ ବର୍ଷର୍ପର୍ଯ୍ୟନ୍ତ ଅଭିନେତା ସୈଫ୍ ଅଭିନେତ୍ରୀ ଅମୃତାଙ୍କ ଠାରୁ ଦୂରେଇ ରହିଲେ।
ଏହାପରେ ସୈଫ୍ଙ୍କ ଜୀବନକୁ ରୋଜା ନାମକ ଏକ ମଡ଼େଲ୍ ଆସିଥିଲେ। ଏହାପରେ ଅଭିନେତା ସୈଫ୍ ରୋଜାଙ୍କୁ ଡେଟ୍ କରିବା ଆରମ୍ଭ କରିବାକୁ ଲାଗିଲେ। ହେଲେ ସୈଫ୍ଙ୍କରଏହି ସଂପର୍କ ମଧ୍ୟ ବେଶୀ ଦିନ ପାଇଁ ତିଷ୍ଠିଲା ନାହିଁ। ଏହାପରେ ଶେଷରେ୨୦୧୨ରେ ସୈଫ୍ ଅଭିନେତ୍ରୀ କରୀନା କପୁର୍ଙ୍କୁ କିଛି ବର୍ଷର ପ୍ରେମ ସଂପର୍କପରେ ବିବାହ କରିଥିଲେ।