ମରାଠୀ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରିବେ ମାଧୁରୀ

ମୁମ୍ବାଇ: ବଲିଉଡ଼ର ଧକ୍‌ଧକ୍‌ ଗାର୍ଲ ଭାବେ ପରିଚିତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ ବହୁ ଦିନର ବ୍ୟବଧାନ ପରେ ନିର୍ମାତା କରଣ ଜୋହରଙ୍କ ମରାଠୀ ଚଳଚ୍ଚିତ୍ର ‘ବକେଟଲିଷ୍ଟ’ରେ ନଜର ଆସିବା ପାଇଁ ଯାଉଛନ୍ତି । ଚଳଚ୍ଚିତ୍ରର ପୋଷ୍ଟର ଟୁଇଟରରେ କରଣ ଏବଂ ମାଧୁରୀ ପୋଷ୍ଟ କରିବା ସହ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି । ‘ବକେଟଲିଷ୍ଟ’ ଚଳଚ୍ଚିତ୍ର ଦ୍ୱାରା ଉଦ୍ଭୟ ମାଧୁରୀ ଏବଂ କରଣ ପ୍ରଥମ ଥର ପାଇଁ ମରାଠୀ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପାଇଁ ଯାଉଛନ୍ତି ।

ଚଳଚ୍ଚିତ୍ରର ଟ୍ରିଜର କିଛି ଦିନ ପୂର୍ବେ ରିଲିଜ ହୋଇଥିବା ବେଳେ ଏହା କରଣ ଏବଂ ମାଧୁରୀଙ୍କ ସହିତ ଦର୍ଶକଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଛି । ଏହି ଚଳଚ୍ଚିତ୍ରରେ ମାଧୁରୀଙ୍କ ସହିତ ରେଣୁକା ସାହାଣୀ , ସୁମିତ ରାଘବନ୍‌ ଏବଂ ଶୋଭା ନୋଟ ଆଦି କଳାକାର ମୁଖ୍ୟଚରିତ୍ରରେ ନଜର ଆସିବେ । ଚଳଚ୍ଚିତ୍ରଟି ମଇ ୨୫ରେ ରିଲିଜ ହେବାର ସୂଚନା ମିଳିଛି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ତେଜସ ପ୍ରଭା ଏବଂ ବିଜୟ ଦେଓସ୍କର ରହିଛନ୍ତି । ‘ବାହୁବଲୀ’ ସୁପରହିଟ ହେବା ପରେ କରଣ ବର୍ତ୍ତମାନ ଭିନ୍ନ ଭିନ୍ନ ଭାଷାରେ ଚଳଚ୍ଚିତ୍ର କରିବା ପାଇଁ ନିଜର ଇଛା ପ୍ରକାଶ କରୁଥିବାର ଜଣାପଡ଼ିଛି ।
ମାଧୁରୀ ପ୍ରଥମ ଥର ପାଇଁ ନିଜର ମାତୃଭାଷାରେ ଚଳଚ୍ଚିତ୍ର କରିବା ପାଇଁ ଯାଉଥିବାରୁ ବହୁତ ଉତ୍ସାହିତ ଅଛନ୍ତି । ତେବେ ଚଳଚ୍ଚିତ୍ର ବିଷୟରେ ମାଧୁରୀ କହିଛନ୍ତି “ଏହାର କାହାଣୀ ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ । ଚଳଚ୍ଚିତ୍ରଟି ଆପଣଙ୍କୁ ଅନୁପ୍ରାଣିତ କରିବା ସହ ଜୀବନ ବଞ୍ଚିବାର ପ୍ରକୃତ ଅର୍ଥ ବିଷୟରେ ମଧ୍ୟ ବୁଝାଇବ । ତେବେ ପ୍ରଥମ ଥର ପାଇଁ ନିଜର ମାତୃଭାଷାରେ ଚଳଚ୍ଚିତ୍ର କରୁଥିବାରୁ ମୁଁ ବହୁତ ଉତ୍ସାହିତ ଅଛି ।”

ସମ୍ବନ୍ଧିତ ଖବର