ଏହି ସିନେମା ଛାଡିଥିଲେ ବୁଦ୍ଧାଦିତ୍ୟ , ଜାଣନ୍ତୁ ମିଳିଥିଲା କାହାକୁ

ବୁଦ୍ଧାଦିତ୍ୟ ହେଉଛନ୍ତି ଓଲିଉଡର ଜଣେ ଆଗ ଧାଡ଼ିର ନାୟକ । ତାଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’। ଅପରପକ୍ଷରେ କଳିଙ୍ଗପୁତ୍ର’ହେଉଛି ନାୟକ ଆକାଶ ଦାସ ନାୟକଙ୍କ ପ୍ରଥମ ସିନେମା। ତାଙ୍କ କ୍ୟାରିଅରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଛବି ହେଲା ‘ଆଲୋ ମୋ’ର କଣ୍ଢେଇ’। ରବୀନ୍ଦ୍ର ମୋହନ ସାହୁଙ୍କ ନିବେଦିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଆକାଶଙ୍କ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ ଚରିତ୍ରରେ ଦେଖିବାକୁ ମିଳିଥିଲା। ‘ଆଲୋ ମୋ’ର କଣ୍ଢେଇ’ରେ ଆକାଶଙ୍କ ବ୍ୟତୀତ ପ୍ରିୟା,ଅର୍ଚ୍ଚିତା ଓ ସିଦ୍ଧାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।


ହେଲେ ଆପଣ ଜାଣନ୍ତି କି ‘ଆଲୋ ମୋ’ର କଣ୍ଢେଇ’ର ନାୟକ ଭୂମିକା ଲାଗି ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଅଫର୍‌ ଦିଆଯାଇଥିଲା। ବୁଦ୍ଧାଦିତ୍ୟ ସେତେବେଳେ ମୁମ୍ବାଇରେ ରହୁଥିଲେ। କାହାଣୀ  ଶୁଣିବାପରେ ବୁଦ୍ଧାଦିତ୍ୟ ରାଜି ହୋଇଥିଲେ । କିନ୍ତୁ ପରେ କୌଣସି କାରଣରୁ ସେ ମନା କରିଥିଲେ , ତା’ପରେ ଆକାଶଙ୍କୁ ମିଳିଥିଲା ‘ଆଲୋ ମୋ’ର କଣ୍ଢେଇ’।ଏହି ଫିଲ୍ମଟି ବି ହିଟ୍‌ ହୋଇଥିଲା । ଏହା ଆକାଶଙ୍କ କ୍ୟାରିଅର୍‌ ପାଇଁ ସହାୟକ ହୋଇଥିଲା।

ସମ୍ବନ୍ଧିତ ଖବର