ଅଭିଷେକ ଓ ସମ୍ବିତଙ୍କ ପରେ କ’ଣ ଏହି ନାୟକଙ୍କ ପାଳି ?

ଏଇ ନିକଟରେ ଦୁଇ ଜଣ ଓଲିଉଡ୍‌ ନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏ ଦୁଇ ନାୟକ ହେଲେ ଅଭିଷେକ ଓ ସମ୍ବିତ। ଉଭୟେ ଅଭିଷେକ ଓ ସମ୍ବିତ ପ୍ରେମ ବିବାହ କରିଛନ୍ତି। ଗତ ବର୍ଷ ଓଲିଉଡ୍‌ ହିରୋ ଦୀପକ ବାହା ହୋଇଥିଲେ।

ଏବେ କାହାର ପାଳି ବୋଲି ଓଲିଉଡରେ ଚର୍ଚ୍ଚା ଚାଲିଛି। ଏହାପରେ ଓଲିଉଡର ଜଣାଶୁଣା ନାୟକ ଜ୍ୟୋତିଙ୍କ ନମ୍ବର ବୋଲି କୁହାଯାଉଛି। ଜ୍ୟୋତିରଂଜନ ଇତିମଧ୍ୟରେ ଦେଲେ ଧରା କଥା ସରେ,ନିଝୁମ ରାତିର ସାଥୀ,ମିଠା ମିଠା,ଦିଲ୍‌କା ରାଜା,ଓଲେ ଓଲେ ଦିଲ୍‌ ବୋଲେ,ହାପି ଲକି,ପ୍ରେମ ଅଲଗା ପ୍ରକାର,ସାଥୀ ତୁ ଫେରିଆ ଏବଂ ପ୍ରେମରେ ରଖିଚି ଶହେରୁ ଶହେ ଆଦି ଓଡ଼ିଆ ସିନେମାରେ ଲିଡ୍‌ ରୋଲରେ ନଜର ଆସିଛନ୍ତି। ବ୍ୟାଚେଲର୍‌ ହିରୋ ଜ୍ୟୋତି କେବେ ହାତକୁ ଦି ହାତ ହେଉଛନ୍ତି,ତାକୁ ନେଇ ଓଲିଉଡରେ ଉତ୍କଣ୍ଠା ପ୍ରକାଶ ପାଇଛି।

ତେବେ ବେଶ୍‌ କିଛି ବର୍ଷ ଧରି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଅଛନ୍ତି ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ବୁଦ୍ଧାଦିତ୍ୟ ମହାନ୍ତି। ତାଙ୍କର ବୟସ ୪୦ ଟପିଯାଇଥିଲେ ମଧ୍ୟ ସେ ଏଯାଏଁ ବିବାହ ବନ୍ଧନରେ ଆବଦ୍ଧ ହୋଇନାହାନ୍ତି। ଏ ଦୃଷ୍ଟିରୁ ବୁଦ୍ଧାଦିତ୍ୟ ବି ତାଲିକାରେ ରହିଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି ‘ଆଇ ଲଭ ମାଇଁ ଇଣ୍ଡିଆ’ରୁ ‘ଶ୍ରମାନ୍‌ ସୁରଦାସ’ଯାଏଁ ବହୁ ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି।

ସମ୍ବନ୍ଧିତ ଖବର