ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ପରିଚୟ ଦେଇ ମାସେ ପର୍ଯ୍ୟନ୍ତ ଅଭିନେତ୍ରୀ ରୁହି ସିଂହଙ୍କ ସହ ହେଉଥିଲା କଥା, ଚାଟ୍‌ରେ ଅଶ୍ଲୀଳ କଥା ହେବା ପରେ ସାମ୍ନାକୁ ଆସିଲା ସତ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପରିଚୟ ଦେଇ ଜଣେ ଯୁବକ ଅଭିନେତ୍ରୀ ରୁହି ସିଂହଙ୍କ ସହ ମାସେ ପର୍ଯ୍ୟନ୍ତ କଥା ହେଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ କ୍ୟାଲେଣ୍ଡର ଗର୍ଲ ଏବଂ ଇସ୍କ ଫର୍‌ଏଭରରେ ଅଭିନୟ କରିଥିବା ରୁହିଙ୍କ ସହ ଅଭିଯୁକ୍ତ ଜଣଙ୍କ ଅନୁରାଗ କଶ୍ୟପଙ୍କ ପରିଚୟ ଦେଇ କଥା ହେବା ସହ କିଛି ଦିନ ପରେ ଅଶ୍ଲୀଳ ଭାଷା ପ୍ରୟୋଗ କରି କଥା ହେବା ଆରମ୍ଭ କରିଥିଲେ । ପ୍ରଥମେ ରୁହି କେହି ଜଣେ ପ୍ରଶଂସକ ତାଙ୍କୁ ବିବାହ କରିବା ଆଶାରେ ଏଭଳି ମେସେଜ କରୁଥିବା ନେଇ ଭାବି ଥିବା ବେଳେ ପରେ ଯୁବକଜଣଙ୍କ ରୁହିଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଯାହା ପରେ ରୁହି ଏବେ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Times of India

ସୂଚନା ମୁତାବକ, ଯୁବକଜଣଙ୍କ ନିଜକୁ ଅନୁରାଗ ବୋଲି କହି ମେସେଜ କରିବା ପରେ ରୁହି ବ୍ୟକ୍ତିଗତ ଭାବରେ ଅନୁରାଗ କଶ୍ୟପଙ୍କୁ ଦେଖା କରି ମେସେଜ ପଠାଇବା ନେଇ ପଚାରିଥିଲେ । ଅନୁରାଗ ଏ ନେଇ ମନା କରି ଦେବା ପରେ କେହି ଜଣେ ପ୍ରଶଂସକ ହୋଇଥିବ ବୋଲି ଭାବି ରୁହି କଥା ହେବା ବନ୍ଦ କରିବା ସହ ନମ୍ବର ବ୍ଲକ୍‌ କରି ଦେଇଥିଲେ । କିନ୍ତୁ ଅଭିଯୁକ୍ତ ଅଲଗା ଅଲଗା ନମ୍ବର ବ୍ୟବହାର କରି ମେସେଜ କରି ଚାଲିଥିଲେ । କିଛି ଦିନ ପରେ ଅଭିଯୁକ୍ତ ରୁହିଙ୍କୁ ଜୀବନରୁ ମାରିବାର ଧମକ ଦେବା ପରେ ସେ ଏବେ ଗୁରୁଗ୍ରାମ୍‌ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର