ଦୁଇ ବର୍ଷ ତଳେ କରିଥିବା କାମ ପାଇଁ ଏବେ ସଲମାନଙ୍କ ବିରୋଧରେ ଏତଲା ରୁଜୁ କଲା ପୁଲିସ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ସମସ୍ୟା କମ ହେବାର ନାଁ ନେଉ ନାହିଁ । ପୂର୍ବରୁ ଅନେକ ଆଇନଗତ ମାମଲାରେ ସଲମାନ ଫସି ସାରିଥିବା ବେଳେ ଏବେ ପୁଣି ଥରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ଦୁଇ ବର୍ଷ ତଳେ ଏହି ଘଟଣାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଏହି ମାମଲାକୁ ଦବାଇ ରଖିଥିଲା । କିନ୍ତୁ ଏବେ ଅଦାଲତର ହସ୍ତକ୍ଷେପ ପରେ ପୁଲିସ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।

Celebs & Cinema

ସୂଚନା ମୁତାବକ, ଡିସେମ୍ବର ୪, ୨୦୧୭ରେ ମିଣ୍ଟୋ ବ୍ରିଜ୍‌ ଉପରେ ବେଆଇନ ଭାବେ ହୋଡିଂ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଏକ ଏନ୍‌ଜିଓ ତରଫରୁ କରାଯାଇଥିଲେ ମଧ୍ୟ ପୁଲିସ ମାମଲାକୁ ଦବାଇ ରଖିଥିଲା । ପରେ ଏନ୍‌ଜିଓର ନିର୍ଦ୍ଦେଶକ ଅଦାଲତର ବିଚାରପତିଙ୍କୁ ସଂପର୍କ କରି ପୂରା ଘଟଣା ଜଣାଇବା ପରେ ବିଚାରପତି ପୁଲିସକୁ ଏତଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର