‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ମୁଖ୍ୟ କଳାକାର ଅନୁପମ୍‌ ଖେର୍‌ ଓ ଅକ୍ଷୟ ଖାନ୍ନାଙ୍କ ସମେତ ୧୨ଜଣଙ୍କ ବିରୁଦ୍ଧରେ ଏତଲା ଦାୟର ହେଲା

ମୁଜାଫରପୁର: ମୁଜାଫରପୁର ପୁଲିସ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ସହ ସଂପର୍କକୁ ନେଇ ଅଭିନେତା ଅନୁପମ୍‌ ଖେର୍‌ ,ଅକ୍ଷୟ ଖାନ୍ନାଙ୍କ ସମେତ ୧୨ଜଣଙ୍କ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି। ଆଇନଜୀବୀ ସୁଧୀର କୁମାର ଓଝା ଗତ ଫେବୃଆରି ୪ ତାରିଖରେ ଉପ ବିଭାଗୀୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଆଗରେ ଅଭିଯୋଗ କରିଥିଲେ ଯେ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଡ଼ ମନମୋହନ ସିଂହଙ୍କ ସମେତ ଅନ୍ୟ କେତେକଙ୍କର ଛବି ମଳିନ କରିଛି।ଏଣୁ ସିନେମାର ମୁଖ୍ୟ କଳାକାର, ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଏତଲା ହେବା ଆବଶ୍ୟକ। ଏହାପରେ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ସଂପୃକ୍ତ ବ୍ୟକ୍ତିମାନଙ୍କ ନାଆଁରେ ଏତଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୁଲିସ୍‌ ଆଇପିସିର ଧାରା ୨୯୫, ୧୫୩,୧୫୩ ଏ, ୨୯୩, ୫୦୪, ୫୦୬, ୧୨୦ ବି ଏବଂ ୩୪ ଅନୁଯାୟୀ ଏତଲା ରୁଜ୍ଜୁ କରିଛି। ଅଭିନେତା ଅନୁପମ୍‌ ଖେର୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ନାଆଁରେ ବି ଏତଲା ଦିଆଯାଇଥିବା ଜଣାଯାଇଛିି।

ସମ୍ବନ୍ଧିତ ଖବର