ରାତାରାତି ସଫଳତା ପାଇଥିବା କଳାକାର ବର୍ତ୍ତମାନ ବିଫଳ

ନୂଆଦିଲ୍ଲୀ : ଯେଉଁ ଜିନିଷ ଯେତେ ସହଜରେ ମିଳେ ତାହା ସେତେ ସହଜରେ ପଳାଇଯାଏ ବୋଲି କଥା ରହିଛି । ବଲିଉଡରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କୁ ରାତାରାତି ତାଙ୍କର ପ୍ରତିଭା ପାଇଁ ସଫଳତା ମିଳିଥିଲା ସତ କିନ୍ତୁ ସେମାନେ ସେହି ସଫଳତାକୁ ବଜାୟ ରଖିପାରି ନ ଥିଲେ। ଏଣୁ କୁହଯାଇଥାଏ, ଜୀବନରେ କେଉଁ ସମୟରେ କିପରି ବ୍ୟବହାର କରିବା ଉଚିତ ତାହାର ଉଚିତ ଜ୍ଞାନ ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ସେହିଭଳି କିଛି କଳାକାରମାନଙ୍କ ବିଷୟରେ ଯେଉଁମାନେ ସଫଳତାର ଚରମ ସୀମାରେ ପହଞ୍ଚି ହୋଇଛନ୍ତି ବିଫଳ।
ହନି ସିଂ:

.indiatimes

ୟୋୟୋ ହନି ସିଂ କାହାକୁ ବା ଅପରିଚିତ । ଏପରି ଏକ ସମୟ ଥିଲା ବିନା ୟୋୟୋଙ୍କ ର‍୍ୟାପ୍‌ରେ ବଲିଉଡ଼ରେ କୌଣସି ଚଳଚ୍ଚିତ୍ର ସଂପୂର୍ଣ୍ଣ ହେଉ ନ ଥିଲା । ଜନ୍କ ଶିଶୁଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ପାଲିଟିଥିଲେ ହନି ସିଂ । ତେବେ ହଠାତ୍‌ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ତାଙ୍କ ସ୍ୱସ୍ଥ୍ୟବସ୍ଥା ଅତ୍ୟଧିକ ମାତ୍ରାରେ ଖରାପ ହୋଇଥିଲା ଏବଂ ସେ ସଂଙ୍ଗୀତ ଦୁନିଆରୁ ସଂପୂର୍ଣ୍ଣ ଭାବେ ଦୂରକୁ ପଳାଇଥିଲେ । ସେ ବାଇପୋଲାର ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଯାଇଥିଲେ । ହନିଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସାଧାରଣ ରହିଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ବହୁ ମାତ୍ରାରେ ହ୍ରାସ ପାଇଛି।
କପିଲ ଶର୍ମା :

.indiatimes

ଟେଲିଭିଜନରୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ସବୁ ପରିସରରେ ଶ୍ରେଷ୍ଠ ହାସ୍ୟକଳାକାର ଭାବେ ପରିଚିତ ହୋଇଥିଲେ କପିଲ ଶର୍ମା । କମେଡ଼ି ରିଆଲିଟି ସୋ’ରୁ କ୍ୟାରିୟର ଆରମ୍ଭ କରିଥିବା କପିଲ ଟେଲିଭିଜନରେ ନିଜର ଏକ ସୋ’ ଉପସ୍ଥାପନ କରୁଥିଲେ । କିନ୍ତୁ ହଠାତ ସଫଳତା ମିଳିବାର ଗର୍ବ ବୋଧହୁଏ ତାଙ୍କ ମନରେ ଜାଗ୍ରତ ହୋଇ ଯାଇଥିଲା । ଯାହାଫଳରେ ସେ ତାଙ୍କ ସହଯୋଗୀମାନଙ୍କର ସମ୍ମାନ କରିବା ଭୁଲି ଯାଇଥିଲେ । ଫଳରେ ତାଙ୍କର ସୋ’ ବନ୍ଦ ହେବା ସହ ବିଫଳତାର ସ୍ୱାଦ ଚାଖିଥିଲେ କପିଲ ।
ପରବିନ ବାବି :

.indiatimes

୭୦ –୮୦ ଦଶକର ବିଶିଷ୍ଟ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣା ଯାଉଥିଲେ ପରବିନ ବାବି । ସେହି ସମୟର ଅନେକ ବଡ଼ ବଡ଼ ବ୍ୟାନରର ସହ ଶ୍ରେଷ୍ଠ କଳାକାରମାନଙ୍କ ସହ ସ୍କ୍ରିନ ସେୟାର କରିଥିଲେ ପରବିନ । କିନ୍ତୁ ଧିରେ ଧିରେ ଦର୍ଶକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ହ୍ରାସ ହେବା ସହ ସେ ବଲିଉଡ୍‌ରୁ ଦୂରକୁ ଯିବାକୁ ଲାଗିଲେ । ୨୦୦୫ ମସିହାରେ ବାସଭବନରେ ତାଙ୍କର ମୃତଶରୀର ଠାବ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କୌଣସି କାରଣ ଜଣାପଡ଼ିନାହିଁ ।
ସିଲ୍କ ସ୍ମିତା:

.indiatimes

ସ୍ମିତା ତାଙ୍କ ଅଭିନୟ ଜୀବନର ୧୭ ବର୍ଷରେ ମୋଟ ୪୫୦ଟି ଚଳଚ୍ଚିତ୍ର କରିଛନ୍ତି । ସେ ତାଙ୍କର ବୋଲ୍ଡ ଅଭିନୟ ପାଇଁ ସାଉଥ ଏବଂ ବଲିଉଡରେ ଏକ ଭିନ୍ନ ସ୍ଥାନ ଅଧିକାର କରିଥିଲେ । ତେବେ କିଛି ସମୟ ଗଲାପରେ ଦର୍ଶକଙ୍କ ମଧ୍ୟରେ ତାଙ୍କ ପ୍ରତି ଭଲପାଇବା କମ ହେବାରେ ଲାଗିଲା ଯାହା ଫଳରେ ୩୫ ବର୍ଷରେ ଆତ୍ମହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର