ଆସନ୍ତୁ ଜାଣିବା ବଲିଉଡ଼ର କଳାକାର ଯିଏ ନିଶାଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ

ମୁମ୍ବାଇ : ବଲିଉଡ଼ରେ ପ୍ରାୟ ସବୁଦିନ କିଛି ନା କିଛି ପାର୍ଟି ହୋଇଥାଏ। ବିଭିନ୍ନ ପ୍ରକାରର ଇଭେଣ୍ଟରେ ମଧ୍ୟ କଳାକାରମାନଙ୍କୁ ଦେଖିବାକୁ ମିଳିଥାଏ। ପାର୍ଟିଗୁଡ଼ିକରେ କଳାକାରମାନଙ୍କର ଭିଡ଼ ସହ ଦେଖିବାକୁ ମିଳିଥାଲ ବେଶ ଅନେକ ପ୍ରକାରର ଖାଇବା ପିଇବା । ଏମିତି ମଧ୍ୟ ବହୁ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ କଳାକାର ଅତ୍ୟଧିକ ମଦ୍ୟପାନ ସହ ଝଗଡ଼ା ମଧ୍ୟ କରିଥାନ୍ତି। ତେବେ ଆପଣ ଜାଣିଛନ୍ତି କି ବଲିଉଡ଼ରେ ଏମିତି ବି କିଛିି କଳାକାର ଅଛନ୍ତି ଯିଏ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ମଦରେ ହାତ ଲଗାଇନାହାନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ …

Firstpost

– ଖତରୋଂ କେ ଖିଲାଡ଼ି ଅକ୍ଷୟ କୁମାର ବହୁ ଦିନରରୁ ବଲିଉଡ଼ରେ ହିଟ ଉପରେ ହିଟ ଦେବାରେ ଲାଗିଛନ୍ତି । ୫୦ ବର୍ଷିୟ ଅଭିନେତା ତାଙ୍କ ଆକ୍ସନ ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କୁ ନିଜ ସହ ଯୋଡ଼ି ରଖିଛନ୍ତି। ଶରୀର ଏବଂ ଫିଟନେସ ପ୍ରତ ଅଧିକ ଧ୍ୟାନ ଦେଉଥିବା ଏହି ଅଭିନେତା କେବେ ମଧ୍ୟ ନିଶା ଦ୍ରବ୍ୟ ଗ୍ରହଣ କରିନାହାନ୍ତି । ଏଣ୍ଡରଟେଣ୍ଟମେଣ୍ଟ ଖିଲାଡ଼ି ବଲିଉଡ଼ରେ ଏତେ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେବେ ସିଗାରେଟ ଏବଂ ମଦକୁ ହାତ ଲଗାଇ ନାହାନ୍ତି।

DNA India

– ହିନ୍ଦୀ ସିନେମା ଜଗତର ବର୍ତ୍ତମାନର ନମ୍ଭର-୧ ଅଭିନେତ୍ରୀ ଦୀପିକା ପାଦୁକୋଣ । ତାଙ୍କର ସୌନ୍ଦର୍ଯ୍ୟର ପ୍ରାୟ ସମସ୍ତେ ଦିଓ୍ଵାନା । ତେବେ ଆପଣ ଜାଣଛନ୍ତି କି ସେ କେବେ ମଧ୍ୟ ନିଶା ଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ । ମଦ୍ୟପାନ ବଦଳରେ ଗ୍ରୀନ ଟି ଏବଂ ପାଣି ସହ ବହୁ ସମୟ ଯୋଗ କରିଥାନ୍ତି।

DNA India

– ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନ ବହୁ ସମୟରୁ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି । ବଡ଼ ପରାଦାରେ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରି ସେ କରିପାରିଛନ୍ତି ଦର୍ଶକଙ୍କୁ ଆକୃଷ୍ଠ । ଏତେ ବର୍ଷ ପରେ ମଧ୍ୟ ସୁସ୍ଥ ଏବଂ ସତେଜ ରହୁଥିବା ଅମିତାଭ ଜଣେ ଶାକାହାରୀ ଏବଂ ସେ ନିଶା ଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ। ଏହା ପରେ ମଧ୍ୟ ବହୁ ଫିଲ୍କରେ ବହୁଥର ସେ ମଦ୍ୟପ ବ୍ୟକ୍ତିର ଚରିତ୍ର ଅଭିନୟ କରିଛନ୍ତି।

Firstpost

– ନିଜ ଫିଟ ଶରୀର ଏବଂ ସୌନ୍ଦର୍ଯ୍ୟ ପାଇଁ ଜଣାଯାଉଥିବା ଶିଲ୍ପା ସେଠୀ କେବେ ମଧ୍ୟ ନିଶାଦ୍ରବ୍ୟ ଗ୍ରହଣ କରିନାହାନ୍ତି। ୪୨ ବର୍ଷିୟା ସିଲ୍ପା ସର୍ବଦା ତାଙ୍କର ଫିଟ ଶରୀର ପାଇଁ ଜଣାଯାଆନ୍ତି। ସେ ବହୁ ପ୍ରକାର ଯୋଗର ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଯାହା ଦ୍ୱାରା ତାଙ୍କ ଭଳି ଶରୀର ସାଧାରଣ ଲୋକ ମଧ୍ୟ ପାଇପାରିବେ ।

HD Wallpapers

– ବିନଦାସ ଦବଙ୍ଗ ଗଲ ସୋନାକ୍ଷି ସିହ୍ନା ପ୍ରଥମରୁ ହିଁ ତାଙ୍କ ଓଜନ ପାଇଁ ରହିଛନ୍ତି ଚର୍ଚ୍ଚାରେ । କିନ୍ତୁ ବର୍ତ୍ତମାନ ସେ ଫିଟ ଏବଂ ପତଳା ରହିବା ପାଇଁ ଡ଼ାଏଟ କରିବା ସହ ବ୍ୟାୟାମ କରିଥାନ୍ତି । ଏହା ସହ କେବେ ମଧ୍ୟ ନିଶାଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ , ଏବଂ ଇଣ୍ଟରଭ୍ୟୁମାନଙ୍କରେ ନିିଶାଦ୍ରବ୍ୟ ଗ୍ରହଣ ନକରିବା ପାଇଁ ସେ ତାଙ୍କ ଫ୍ୟାନମାନଙ୍କୁ ପରାମର୍ଶ ଦେଇଥାଆନ୍ତି।

ସମ୍ବନ୍ଧିତ ଖବର