ଦେହ ଖରାପ ଜାଣି ମଧ୍ୟ ଜୋର ଜବରଦସ୍ତ ରଖୁଥିଲେ ଶାରୀରିକ ସଂପର୍କ, ଦୁଇ ଝିଅ ପାଇଁ ଏତେ ବର୍ଷ ହେଲା ମୁଁ ସହି ଆସୁଥିଲି, ଏବେ ଆଉ ନୁହେଁ: ଚାହତ୍‌ ଖାନ୍ନା

ମୁମ୍ବାଇ : ଟେଲିଭିଜନ ଦୁନିଆର ସୁପରହିଟ୍‌ ଧାରାବାହିକ ‘ବଡ଼େ ଅଚ୍ଛେ ଲଗ୍‌ତେ ହେଁ’ରେ ଅଭିନୟ କରି ସାରିଥିବା ଚାହତ୍‌ ଖାନ୍ନା ସ୍ୱାମୀ ଫର୍‌ହାନ୍‌ ମିର୍ଜାଙ୍କ ଉପରେ ଶାରୀରିକ ଏବଂ ମାନସିକ ପ୍ରତାରଣାର ଆରୋପ ଲଗାଇଛନ୍ତି । ଏକ ମାସ ପୂର୍ବରୁ ସେ ଫର୍‌ହାନ୍‌ଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରି ସାରିଥିବା ବେଳେ ଏବେ ସେ ପୂରା ଘଟଣା ସ୍ପଷ୍ଟ ଭାବରେ ଜଣାଇଛନ୍ତି ।

peepingmoon.com

୨୦୧୩ରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ କିଛି ଦିନ ସବୁ କିଛି ଠିକ୍‌ ଚାଲିଥିଲା । କିନ୍ତୁ ପରେ ମୁଁ ଶରୀରିକ,ମାନସିକ ଏବଂ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିଛି । ମୁଁ ଟେଲିଭିଜନ ସୋ’ରେ କାମ କରୁଥିବା ସମୟରେ ସହ-କଳାକାରଙ୍କ ସହ ସଂପର୍କ ଥିବା ସନ୍ଦେହ କରି ସେ ମୋତେ ମାଡ଼ ମାରୁଥିଲେ । ‘କୁବୁଲ୍‌ ହୈ’ର ସୁଟିଂ ସେଟ୍‌କୁ ସେ ହଠାତ୍‌ ଆସି ମୋତେ ମୋର ଜଣେ ସହ-କଳାକାରଙ୍କ ସହ କଥା ହେଉଥିବାର ଦେଖି ରାଗିଯିବା ସହ ଘରକୁ ଯିବା ପରେ ମୋତେ ମାଡ଼ ମାରିଥିଲେ । ବେଳେ ବେଳେ ମୋ ଇଚ୍ଛା ବିରୋଧରେ ମୋ ସହ ଶରୀରିକ ସଂପର୍କ ମଧ୍ୟ ରଖୁଥିଲେ ଫର୍‌ହାନ । ଦେହ ଖରାପ ଜାଣି ମୋର ଯତ୍ନ ନେବା ପରିବର୍ତ୍ତେ ସେ ମୋ ସହ ଶାରୀରିକ ସଂପର୍କ ସ୍ଥାପନ କରୁଥିଲେ। ଆତ୍ମହତ୍ୟା କରିବାର ଧମକ ଦେଇ ମୋତେ ମୋ ମାତା-ପିତାଙ୍କ ସହ ଦେଖା କରିବାକୁ ଦେଉ ନଥିଲେ । ଦୁଇ ଝିଅଙ୍କ ପାଇଁ ମୁଁ ଚୁପ୍‌ ରହୁଥିଲି । କିନ୍ତୁ ଶେଷରେ ମୁଁ ଅଲଗା ହେବା ପାଇଁ ନିଷ୍ପତ୍ତିି ନେଇଛି ବୋଲି ଚାହତ୍‌ ଏକ ସାକ୍ଷାତକାରେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର