ଆହତ ହେବା ପରେ ନିଜ ଅବସ୍ଥା ପାଇଁ ତନୁଶ୍ରୀଙ୍କୁ ଦାୟୀ କରିବା ସହ ମୁଖ୍ୟ ଖଳନାୟିକା ବୋଲି କହିଲେ ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ : ଗତକାଲି ଜଣେ ମହିଳା ପହିଲମାନଙ୍କ ସହ ଲଢ଼େଇ କରି ଆହତ ହୋଇଥିଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ । ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସୁଧୁରୁଥିବା ବେଳେ ନିଜ ଅବସ୍ଥା ପାଇଁ ସେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ଦାୟୀ କରିଛନ୍ତି । ତନୁଶ୍ରୀଙ୍କୁ ମୁଖ୍ୟ ଖଳନାୟିକା କହିବା ସହ ସେ ମୋତେ ମାରିବା ପାଇଁ ଚାହୁଁଥିଲା ବୋଲି ତନୁଶ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି ରାକ୍ଷୀ । ଆହତ ହେବା ପରେ ମିଡ଼ିଆ ଆଗରେ ରାକ୍ଷୀ ଜୋରରେ କାନ୍ଦିବା ସହ ମୋତେ ମୋ ମା’ଙ୍କ ପାଖକୁ ଯିବାର ଅଛି ବୋଲି କହିଥିଲେ । “ମୋତେ ଡ଼ର ଲାଗୁଛି । ମୋତେ ପିଟିବା ପଛରେ କାହାର ଷଡ଼ଯନ୍ତ୍ର ରହିଛି । ମୁଁ ଏବେ ବାବା ରାମ୍‌ ରହିମଙ୍କ ଅଞ୍ଚଳରେ ରହିଛି । ଏହା ନିହାତି ଭାବରେ ତନୁଶ୍ରୀ ନ ହେଲେ #ମି ଠୁବାଲାଙ୍କର କାମ” ବୋଲି ରାକ୍ଷୀ କହିଥିବା ଦେଖାଯାଇଛି ।

ଟୁଇଟ୍‌ରରେ ତାଙ୍କର ଏକ ଭିଡ଼ିଓ ପୋଷ୍ଟ କରାଯାଇଛି,ଯେଉଁଥିରେ ସେ ନିଜର ଅବସ୍ଥା ପାଇଁ ତନୁଶ୍ରୀଙ୍କୁ ଦାୟୀ କରୁଥିବା ଦେଖାଯାଇଛି । ଏହା ସହ ସେ କହିଛନ୍ତି, “ମୁଁ ଏବେ ତନୁଶ୍ରୀ ଦତ୍ତାକୁ ଛାଡ଼ିବି ନାହିଁ । ସେ ମୋତେ ନାଚିବାର ଅବସ୍ଥାରେ ରଖିନାହିଁ । ପହିଲମାନ ଏବଂ ତନୁଶ୍ରୀ ଦୁହେଁ ଆମେରିକାରୁ ଆସିଛନ୍ତି । ପ୍ରଥମେ ତନୁଶ୍ରୀ ଭାରତ ଆସି ମୋ ନାଁ ଖରାପ କଲା । ଏବେ ସେ ପହିଲମାନ ମୋର ଏହି ଅବସ୍ଥା କଲା । ମୁଁ ଜାଣି ନଥିଲି ସେ ମୋତେ ଏମିତି ଫିଙ୍ଗି ଦେବ । ଜାଣିଥିଲେ ମୁଁ ପୂରା ପ୍ରସ୍ତୁତି ସହ ଯାଇଥାନ୍ତି । ଏବେ ମୁଁ ଆମେରିକା ଯାଇ ସେ ପହିଲମାନଙ୍କୁ ଉଚିତ୍‌ ଶିକ୍ଷା ଦେବି।”

ସମ୍ବନ୍ଧିତ ଖବର