ଶେଷରେ ରାଜନୀତିରେ ପ୍ରବେଶ କରିବା ନେଇ ମୁହଁ ଖୋଲିଲେ ସପ୍‌ନା ଚୌଧୁରୀ, ପ୍ରଶଂସକଙ୍କୁ କଲେ ନିରାଶ

ମୁମ୍ବାଇ : କିଛି ଦିନ ତଳେ ଭାରତର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସପ୍‌ନା ଚୌଧୁରୀ ସୋନିଆ ଗାନ୍ଧିଙ୍କୁ ଦେଖା କରିବା ପାଇଁ ତାଙ୍କ ଅଫିସରେ ଯାଇ ପହଞ୍ଚିଥିଲେ । କୌଣସି ଅସୁବିଧା ପାଇଁ ସପ୍‌ନା ସୋନିଆ ଗାନ୍ଧିଙ୍କୁ ଦେଖା କରି ପାରି ନ ଥିଲେ । କିନ୍ତୁ ପରେ ସପ୍‌ନାଙ୍କୁ କଂଗ୍ରେସ ଭବନ ଯିବା ଭାରୀ ପଡ଼ିଥିଲା । ସେ କଂଗ୍ରେସ ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ସମସ୍ତେ କହିବା ସହ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଏମିତି କି ବିରୋଧୀ ଦଳର ନେତାମାନେ ତାଙ୍କ ପେସାକୁ ନେଇ ମଧ୍ୟ ତାଙ୍କୁ ସମାଲୋଚନା କରିଥିଲେ । ଏତେ ସବୁ ସମାଲୋଚନା ପରେ ମୁହଁ ଖୋଲିଛନ୍ତି ସପ୍‌ନା ।

दैनिक भास्कर

କଂଗ୍ରେସ ଭବନ ଯିବା ପଛର ପ୍ରକୃତ କାରଣ ସେ ସମସ୍ତଙ୍କୁ କହିବା ସହ ସମାଲୋଚକମାନଙ୍କୁ ଚୁପ୍‌ କରାଇଛନ୍ତି । “ମୁଁ କୌଣସି ଦଳରେ ସାମିଲ ହେବା ପାଇଁ କେବେ ଚାହିଁ ନାହିଁ । କଂଗ୍ରେସ ଦଳ ମୋର ପସନ୍ଦର ଦଳ ହୋଇଥିବାରୁ ମୁଁ ଆଗାମୀ ନିର୍ବାଚନରେ ତାଙ୍କ ପାଇଁ କେବଳ ପ୍ରଚାର କରିବା ପାଇଁ ଚାହୁଁଛି । ଏହା ପଛରେ ଆଉ କୌଣସି ଲକ୍ଷ୍ୟ ନାହିଁ । ମୁଁ ମୋ କାମକୁ ଏବଂ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ବହୁତ ଭଲ ପାଏ, ଯାହାକୁ ମୁଁ କେବେ ଛାଡ଼ିବି ନାହିଁ । ଯଦି କେବେ ରାଜନୀତିରେ ପ୍ରବେଶ କରିବି ତେବେ ସମସ୍ତଙ୍କୁ ଜଣାଇ ପ୍ରବେଶ କରିବି” ବୋଲି କହିଛନ୍ତି ସପ୍‌ନା ଚୌଧୁରୀ । ଅନ୍ୟ ପକ୍ଷରେ ବିଜେପି ସାଂସଦ ଅଶ୍ୱିନୀ ଚୋପ୍ରା ସପ୍‌ନାଙ୍କୁ ଠୁମ୍‌କେଓ୍ଵାଲି କହିବା ମନ୍ତବ୍ୟ ଉପରେ ନିଜ ମତ ରଖିଥିଲେ ସପ୍‌ନା । “ଯାହା ବିଜେପି ସାଂସଦ ଅଶ୍ୱିନୀ ଚୋପ୍ରା କହିଲେ ତାହା ତାଙ୍କର କୁତ୍ସିତ ମାନସିକତାକୁ ପଦାରେ ପକାଇଛି । ମୁଁ ମୋ ପେସାକୁ ନେଇ ଖୁସୀ । ଯେହେତୁ ସେ ମୋ ଠାରୁ ବଡ଼ ମୁଁ ତାଙ୍କୁ କ୍ଷମା ମାଗିବା ପାଇଁ କହିବିନି।”

ସମ୍ବନ୍ଧିତ ଖବର