‘ପ୍ୟାଡ୍‌ମ୍ୟାନ୍‌’ର ପ୍ରଯୋଜିକା ପ୍ରେରଣା ଆରୋରାଙ୍କ ଉପରେ ଲାଗିଲା ୧୬କୋଟି ଟଙ୍କାର ଠକେଇ ଅଭିଯୋଗ

ମୁମ୍ବାଇ : ୧୬କୋଟି ଟଙ୍କାର ଠକେଇ ଅଭିଯୋଗ ଲାଗିବା ପରେ ମୁମ୍ବାଇ ପୁଲିସ ପ୍ରଯୋଜିକା ପ୍ରେରଣା ଆରୋରାଙ୍କ ବିରୋଧରେ ୧୭୬ପୃଷ୍ଠାର ଚାର୍ଜସିଟ୍‌ ଦାୟର କରିଛି । ଫିଲ୍ମ ଡିଷ୍ଟ୍ରିବ୍ୟୁଟର ବାଶୁ ଭଗ୍‌ନାନୀ ପ୍ରେରଣା ଏବଂ କ୍ରି ଅର୍ଜ ଏଣ୍ଟରଟେନ୍‌ମେଣ୍ଟ ବିରୋଧରେ ଠକେଇ ଅଭିଯୋଗ ଆଣିବା ପରେ ପ୍ରେରଣାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କ୍ରି ଅର୍ଜ ଏଣ୍ଟରଟେନ୍‌ମେଣ୍ଟର ଗିତିବିଧି ସହ ମୋର କୌଣସି ସଂପର୍କ ନଥିବା କହିଥିଲେ ପ୍ରେରଣା ।

ଅନ୍ୟ ପକ୍ଷରେ, ମୁମ୍ବାଇ ପୁଲିସର ଆର୍ଥିକ ଅପରାଧ ଶାଖାର କହିବା ଅନୁଯାୟୀ, କ୍ରି ଅର୍ଜ ଏଣ୍ଟରଟେନ୍‌ମେଣ୍ଟର ଅଧିକାରୀକ ଟୁଇଟ୍‌ର ଏବଂ ଇନ୍‌ଷ୍ଟା ଆକାଉଣ୍ଟରେ ପ୍ରେରଣାଙ୍କ ନାମ କମ୍ପାନୀର ସଂସ୍ଥାପକ ଭାବେ ଲେଖା ଯାଇଛି । ସେଥିପାଇଁ ପ୍ରେରଣା କ୍ରି ଅର୍ଜ ଏଣ୍ଟରଟେନ୍‌ମେଣ୍ଟ ସହିତ କୌଣସି ସଂପର୍କ ନଥିବା କହି ପାରିବେ ନାହିଁ । ଏହି ମାମଲାକୁ ନେଇ ଆମେ ଏକାଧିକ ଲୋକଙ୍କ ବୟାନ ରେକର୍ଡ କରିଛୁ ।

Times of India

ସୂଚନା ମୁତାବକ,ଫିଲ୍ମ ଫନ୍ନେ ଖାନ୍‌ରେ ବାଶୁ ଭଗ୍‌ନାନୀଙ୍କୁ ଡିଷ୍ଟ୍ରିବ୍ୟୁଟର ହିସାବରେ ଠିକ୍‌ ଭାବରେ କ୍ରେଡିଟ୍‌ ଦିଆ ଯାଇ ନଥିଲା । ଯାହା ଚୁକ୍ତିର ବିରୋଧରେ ଥିଲା । ଏ ନେଇ ସେ ପୁଲିସରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଯିବାରୁ ପରେ ସେ ବମ୍ବେ ହାଇକୋର୍ଟରେ ମୁମ୍ବାଇ ପୁଲିସ ତାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଉ ନାହିଁ ବୋଲି ପିଟିସନ୍‌ ଦାୟର କରିଥିଲେ । ଯାହା ପରେ ପ୍ରେରଣାଙ୍କ ବିରୋଧରେ ୧୭୬ପୃଷ୍ଠାର ଚାର୍ଜସିଟ୍‌ ଦାୟର କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର