ପିଲାଦିନେ ଟାଇଗର୍‌ ଶ୍ରଫ୍‌ଙ୍କର ଥିଲା ଏହି ବଦଭ୍ୟାସ ! ଏଥିପାଇଁ ତାଙ୍କୁ କି ଦଣ୍ଡ ଭୋଗିବାକୁ ପଡ଼ିଥିଲା ?

ମୁମ୍ବାଇ: ଷ୍ଟାରସନ୍‌ ଟାଇଗର୍‌ ଶ୍ରଫ୍‌ ବଲିଉଡର ଜଣେ ହାର୍ଟଥ୍ରୋବ୍‌। ସାଜିଦ୍‌ ନାଡିଆଓ୍ଵାଲାଙ୍କ ପ୍ରଯୋଜିତ ‘ହିରୋପନ୍ତୀ’ ଜରିଆରେ ନାୟକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଥିଲା। ତା’ପରେ ତାଙ୍କୁ ବାଗୀ ଓ ବାଗୀ-୨ ଆଦି ଫିଲ୍ମରେ ବି ଜବରଦସ୍ତ ଆକ୍ସନ ରୋଲରେ ଦେଖିବାକୁ ମିଳିଛି। ‘ବାଗୀ-୨’ ଶହେ କୋଟି କ୍ଲବ୍‌ରେ ମଧ୍ୟ ସାମିଲ ହୋଇଛି।
ତେବେ ପିତା ଜ୍ୟାକି ଶ୍ରଫ୍‌ ଓ ମାତା ଆୟେଶା ଶ୍ରଫ୍‌ କାହିଁକି ସେମାନଙ୍କ ପୁତ୍ରର ନାଆଁ ଟାଇଗର୍‌ ରଖିଲେ, ଏକଥା ବୋଧହୁଏ କାହାରିକୁ ଜଣା ନଥିବ। ନିକଟରେ ଏହାର ଖୁଲାସା କରିଛନ୍ତି ଟାଇଗରଙ୍କ ବାପା ଜ୍ୟାକି ଶ୍ରଫ୍‌।
ଜ୍ୟାକିଙ୍କ ଅନୁଯାୟୀ ପିଲାଦିନେ ପୁଅ ଖୁବ୍‌ ଦୁଷ୍ଟ ଥିଲା। ତେବେ ପିଲାଦିନେ ପୁଅ ସବୁବେଳେ ଦାନ୍ତ କଟମଟ କରି କାମୁଡ଼େ। ବାପା, ମାଆ ଉଭୟଙ୍କ ଭିତରୁ କାହାର ବି ସେଭଳି ବଦଭ୍ୟାସ ନ ଥିିଲା। ସେ ଦୁହେଁ ବିସ୍ମିତ ହେଉଥିଲେ। ଏହି ଅଭ୍ୟାସ ହେତୁ ପୁଅର ନାଆଁ ‘ଟାଇଗର୍‌’ ରଖାଯାଇଥିଲା ବୋଲି କହିଛନ୍ତି ଜ୍ୟାକି ଶ୍ରଫ୍‌।


ପିଲାଦିନେ ଟାଇଗରଙ୍କର ଏହି ଅଭ୍ୟାସ ଛଡ଼ାଇବା ଲାଗି ଜ୍ୟାକି କେବେ ବି ପୁଅଙ୍କୁ ତାଗିଦ୍‌ କରି ନ ଥିଲେ, ହେଲେ ମାଆ ଆୟେଶା ଅନେକ ସମୟରେ ମାଡ ଗାଳି ଦେଉଥିଲେ। ଜ୍ୟାକି କହନ୍ତି ଯେ ଧୀରେ ଧୀରେ ଟାଇଗରର ଏହି ଖରାପ ଅଭ୍ୟାସ ବଢିବାରେ ଲାଗିଥିଲା। ସେ ଘରକୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ କାମୁଡୁଥିିଲା। ଏଣୁ ଟାଇଗର ନାଆଁ ରଖିବା ଠିକ୍‌ ବୋଲି ସମସ୍ତେ ମନେ କରିଥିଲେ।

ସମ୍ବନ୍ଧିତ ଖବର