ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ସଲମାନ୍‌ ୟୁସୁଫ୍‌ ଖାନଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ

ମୁମ୍ବାଇ: ବଲିଉଡର ଜଣାଶୁଣା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ସଲମାନ୍‌ ୟୁସୁଫ୍‌ ଖାନଙ୍କ ବିରୁଦ୍ଧରେ ଓସିଓ୍ଵାରା ଥାନାରେ ଅସଦାଚରଣର ଏକ ଏତଲା ରୁଜ୍ଜୁ ହୋଇଛି। ଅଭିଯୋଗକାରିଣୀ ବି ଜଣେ ଡାନ୍‌ସର। ସେ ଅଭିଯୋଗ କରିଛନ୍ତି ସଲମାନ୍‌ ଓ ତାଙ୍କର ଭାଇ ଦୁଇଟି ଭିନ୍ନ ଭିନ୍ନ ସମୟରେ ତାଙ୍କୁ ଅଶାଳୀନ ଆଚରଣ କରିଛନ୍ତି। ଏତଲାର ତଥ୍ୟ ଅନୁଯାୟୀ ସଲମାନଙ୍କ ମ୍ୟାନେଜର୍‌ ତାଙ୍କୁ ୨୦୧୮ ଅଗଷ୍ଟ ମାସରେ ଏକ ସୋ’ରେ ତାଙ୍କ ଟ୍ରୁପରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ପୀଡ଼ିତା ଲଣ୍ଡନରେ ଥିଲେ। ମୁମ୍ବାଇ ଫେରିବା ପରେ ସେ ସଲମାନଙ୍କୁ ଏକ କଫି ସପ୍‌ରେ ଭେଟିଥିଲେ। ସେହି ସମୟରେ ସଲମାନ ତାଙ୍କୁ ଅଶାଳୀନ ଭାବେ ଛୁଇଁଥିଲେ। ଏ ସଂପର୍କରେ ପ୍ରତିବାଦ କରିବାରୁ ପୀଡିତାଙ୍କୁ ସଲମାନ୍‌ କହିଥିଲେ ଯେ ଏଭଳି ଘଟଣା ବଲିଉଡରେ ଘଟେ। ଏହା ପରେ ତାଙ୍କୁ ନିରାଶ କରାଯାଇ ସବୁ ପୂର୍ବ ଚୁକ୍ତିନାମାକୁ ବାତିଲ କରାଯାଇଥିଲା ବୋଲି ବି ଅଭିଯୋଗ ଆଣିଛନ୍ତି ପୀଡ଼ିତା।

ସମ୍ବନ୍ଧିତ ଖବର