ବାଂଲାଦେଶୀ ସିନେମାରେ ସୁପରଷ୍ଟାର୍‌ ଥିଲେ ଚଙ୍କି ପାଣ୍ଡେ !

ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେଙ୍କ ଜନ୍ମଦିନ। ତାଙ୍କର ପ୍ରକୃତ ନାମ ହେଲା ସୁୟଶ ଶରଦ୍‌ ପାଣ୍ଡେ । ୧୯୯୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ୧୯୮୭ରେ ମୁକ୍ତିଲାଭ କରିଥିବା ପହଲାଜ୍‌ ନିହଲାନୀଙ୍କ ଫିଲ୍ମ ‘ ଆଗ୍‌ ହି ଆଗ୍‌ ’ ଜରିଆରେ ଚଙ୍କି ବଲିଉଡରେ ଡେବ୍ୟୁ କରିଥିଲେ ।
ଏହାପରେ ସେ ପାପ୍‌ କି ଦୁନିଆ, ଖତ୍‌ରୋଁ କେ ଖିଲାଡି, ଜହରୀଲେ, ଆଁଖେଁ ଓ ତେଜାବ୍‌ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ । ‘ ତେଜାବ୍‌ ’ ଫିଲ୍ମରେ ଅନୀଲ କପୁରଙ୍କ ସାଙ୍ଗ ଭୂମିକାରେ ଉଚ୍ଚକୋଟିର ଅଭିନୟ ଲାଗି ଚଙ୍କିଙ୍କୁ ମିଳିଥିଲା ଫିଲ୍ମଫେଆର୍‌ ଆଓ୍ଵାର୍ଡ ।
ନବେ ଦଶକରେ ବଲିଉଡରେ ତାଙ୍କର କ୍ୟାରିଅର୍‌ ଧିମେଇ ଯିବା ପରେ ଚଙ୍କି ପାଣ୍ଡେ ବାଂଲାଦେଶୀ ସିନେମାକୁ ମୁହାଁଇ ଥିଲେ । ସେଠି ବେଶ୍‌ କୋରେଚି ପ୍ରେମ୍‌ କୋରେଚି, ମେୟେରା ଏ ମନୁଷ୍‌ ଭଳି ହିଟ୍‌ ଫିଲ୍ମରେ ନାୟକ ହୋଇ ବାଂଲାଦେଶୀ ସିନେମାରେ ସୁପରଷ୍ଟାର୍‌ ବନିଥିଲେ ଚଙ୍କି ।

ସମ୍ବନ୍ଧିତ ଖବର