୨୦୧୭ରେ କେତୋଟି ହିନ୍ଦୀ ସିନେମା ରିଲିଜ୍‌ ହୋଇଛି ? କେତୋଟି ହୋଇଛି ବ୍ଲକବଷ୍ଟର?

୨୦୧୭ରେ ମୋଟ୍‌ ୨୧୭ଟି ହିନ୍ଦୀ ସିନେମା ରିଲିଜ୍‌ ହୋଇଛି। ଏହାଛଡ଼ା ୩୦ଟି ହଲିଉଡ ମୁଭି ହିନ୍ଦୀରେ ଡବ୍‌ ହୋଇ ବି ରିଲିଜ୍‌ ହୋଇଥିବା ଜଣାଯାଇଛି। କିନ୍ତୁ ଏଥିମଧ୍ୟରୁ ମାତ୍ର ୫ଟି ଫିଲ୍ମକୁ ବ୍ଲକବଷ୍ଟରର ମାନ୍ୟତା ମିଳିଛି। ବର୍ଷଟି ବଲିଉଡ଼୍‍ ପାଇଁ ବିଶେଷ ଶୁଭଙ୍କର ମନେ ହେଉ ନାହିଁ। ଇତିମଧ୍ୟରେ ବର୍ଷର ସବୁ ସିନେମାର ବକ୍ସଅଫିସ୍‌ ରିପୋର୍ଟ ଆସିଯାଇଛି। ଆସନ୍ତୁ ୨୦୧୭ରେ କେଉଁ ସବୁ ଫିଲ୍ମ ସୁପରହିଟ୍‌ ଓ ହିଟ୍‌ ହୋଇଛି।

୨୦୧୭ର ସୁପରହିଟ୍‌ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ପ୍ରଖ୍ୟାତ ନିର୍ମାତା ରାକେଶ ରୋଶନ୍‌ ଓ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ରିତିକ୍‌ ରୋଶନ୍‌ ଓ ୟାମୀ ଗୌତମ୍‌ ଷ୍ଟାାରର୍‌ ମୁଭି ‘କାବିଲ୍‌’। ୬୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ହିନ୍ଦୀ ସିନେମା ବକ୍ସ ଅଫିସ୍‌ରେ ଆୟ କରିଛି ୧୨୬ କୋଟି ୮୫ ଲକ୍ଷ ଟଙ୍କା।ଠିକ୍‌ ସେହିପରି ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ରଇସ୍‌’ବି ସାମିଲ୍‌ ହୋଇଛି ସୁପର୍‌ହିଟ୍‌ ତାଲିକାରେ।ଏହାର ବଜେଟ୍‌ ୮୫ କୋଟି ,ହେଲେ ବକ୍ସ ଅଫିସ୍‌ କଲେକ୍‌ସନ୍‌ ହୋଇଥିଲା ୧୩୯ କୋଟି ଟଙ୍କା।

photo-youtube

ଅକ୍ଷୟ କୁମାରଙ୍କ ଅଭିନୀତ ଦୁଇଟି ଫିଲ୍ମ ୨୦୧୭ରେ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ଘୋଷିତ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା‘ଜଲି ଏଲ୍‌ ଏଲ୍‌ ବି-୨’ ଓ ଅନ୍ୟଟି ‘ଟଏଲଟ୍‌ ଏକ୍‌ ପ୍ରେମ କଥା’।‘ଜଲି ଏଲ୍‌ ଏଲ୍‌ ବି-୨’ର ବଜେଟ ଥିଲା ମାତ୍ର ୪୫ କୋଟି ଓ ଏହାର ଆୟ କରିଥିଲା।୧୧୬ କୋଟି ୯୨ ଲକ୍ଷ ଟଙ୍କା। ଅପରପକ୍ଷରେ ମାତ୍ର ୪୦ କୋଟି ବଜେଟ୍‌ରେ ନିର୍ମିତ ‘ଟଏଲଟ୍‌ ଏକ୍‌ ପ୍ରେମ କଥା’୧୩୩ କୋଟି ୬୦ ଲକ୍ଷ ଟଙ୍କା ଆୟ କରିଛି। ରୋହିତ ସେଟ୍ଟୀଙ୍କ ଅଜୟ ଦେବଗନ୍‌ ,ତବୁ, ପରିଣୀତିି ଚୋପ୍ରା ଷ୍ଟାରର ମୁଭି ‘ଗୋଲମାଲ୍‌ ଏଗେନ୍‌’ ବକ୍ସ ଅଫିସ୍‌ରେ ବ୍ଲକବଷ୍ଟରର ମାନ୍ୟତା ଲାଭ କରିଛି । ଏହା ୨୦୩ କୋଟି ଟଙ୍କାର ଆୟ କରିଥିବା ଜଣାଯାଇଛି।ତେବେ ଅଜୟ ଦେବଗନ୍‌ଙ୍କ ଅଭିନୀତ ଅନ୍ୟ ସିନେମା ‘ବାଦ୍‌ଶାହୋ’ମଧ୍ୟ ହିଟ୍‌ ତାଲିକା ଭୁକ୍ତ ହୋଇଛି। ସଲମାନ୍‌ ଖାନଙ୍କ ‘ଟିଉବଲାଇଟ୍‌’ ଫ୍ଲପ୍‌ ହୋଇଥିବା ବେଳେ ‘ଟାଇଗର୍‌ ଜିନ୍ଦା ହେ’ ହିଟ୍‌ ହୋଇଛି। ଏହା ପ୍ରଥମ ତିନି ଦିନରେ ୧୦୦ କୋଟିର କାରବାର କରିଥିବା ଜଣାଯାଇଛି।

photo-rediff.com

ବଲିଉଡ଼୍‍ର ହ୍ୟାଣ୍ଡ୍‌ସମ୍‌ ହିରୋ ବରୁଣ ଧଓ୍ଵନଙ୍କର ଦୁଇଟି ଫିଲ୍ମ ବି ସୁପର୍‌ହିଟ୍‌ ଶ୍ରେଣୀଭୁକ୍ତ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା ମାତ୍ର୪୨ କୋଟି ବଜେଟ୍‌ରେ ନିର୍ମିତ ‘ବଦ୍ରିନାଥ୍‌ କି ଦୁଲ୍‌ହନିଆ’।ଏହା ୧୧୫ କୋଟି ୩୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଠିକ୍‌ ସେହିପରି ବରୁଣଙ୍କ ଅନ୍ୟ ଏକ ମୁଭି ‘ଜୁଡ଼୍‍ଓ୍ଵା-୨’ ବି ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି। ୮୦ କୋଟି ବଜେଟ୍‌ରେ ନିର୍ମିତ ଏହି ସିନେମା ମଧ୍ୟ ୧୩୮ କୋଟି ୬୧ ଲକ୍ଷରୁ ଅଧିକ ବ୍ୟବସାୟ କରିଥିବା କୁହାଯାଉଛି।

ଅନ୍ୟତମ ଜଣାଶୁଣା ନାୟକ ଆୟୁଷ୍ମାନ୍‌ ଖୁରାନାଙ୍କର ଦୁଇଟି ହିନ୍ଦୀ ସିନେମା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ଏଗୁଡ଼ିକ ହେଲା ‘ଶୁଭ ମଙ୍ଗଲ ସାବଧାନ୍‌’ ଓ ‘ବରେଲିକି ବାର୍ଫି’। ପ୍ରଥମଟିର ବଜେଟ୍‌ ଥିଲା ୨୫ କୋଟି ଓ ବକ୍ସ ଅଫିସ୍‌ର କଲେକ୍‌ସନ୍‌ ହେଲା ୪୦ କୋଟି ୯୬ ଲକ୍ଷ ଟଙ୍କା ।୨୦ କୋଟି ବଜେଟ୍‌ରେ ନିର୍ମିତ ‘ବରେଲିକି ବାର୍ଫି’ ୩୦ କୋଟି ୯୩ ଲକ୍ଷ ଟଙ୍କାାର ବ୍ୟବସାୟ କରିଛି।ମାତ୍ର ୬ କୋଟି ବଜେଟ୍‌ରେ ନିର୍ମିତ‘ଲିପ୍‌ଷ୍ଟିକ୍‌ ଆଣ୍ଡର ମାଇଁ ବୁର୍ଖା’ମଧ୍ୟ ୧୮ କୋଟି ୫ ଲକ୍ଷ ଟଙ୍କାର ଆୟ କରି ସୁପର୍‌ହିଟ୍‌ ଶ୍ରେଣୀଭୁକ୍ତ ହୋଇଛି।
ଅପରପକ୍ଷରେ ‘ହିନ୍ଦୀ ମିଡ଼ିଅମ୍‌’ବି ସୁପର୍‌ହିଟ୍‌ ହୋଇଛି। ୨୩ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ କଲେକ୍‌ସନ୍‌ କରିଛି ୬୨ କୋଟି ୪୧ ଲକ୍ଷ ଟଙ୍କା। ବିଦ୍ୟା ବାଲାନ୍‌ଙ୍କ ଅଭିନୀତ ‘ବେଗମ୍‌ ଜାନ୍‌’ ୧୯ କୋଟି ବଜେଟ୍‌ରେ ନିର୍ମିତ ହୋଇଥିଲା,ହେଲେ ବକ୍ସ ଅଫିସ୍‌ରେ ଏହାର ରୋଜଗାର ହେଲା ୨୦ କୋଟି ୬୮ ଲକ୍ଷ ଟଙ୍କା। ତେବେ ତାଙ୍କ ଅଭିନୀତ ‘ତୁହ୍ମାରି ସୁଲୁ’ ଭଲ ବ୍ୟବସାୟ କରିଛି।

photo-youtube

ତେବେ ଏସ୍‌ ଏସ୍‌ ରାଜା ମୌଲିଙ୍କ ନିର୍ଦ୍ଦେଶିତ ‘ବାହୁବଳୀ-୨’ ମୋଟ୍‌ ୫୧୧କୋଟି ୩୦ ଲକ୍ଷ ଟଙ୍କାର ଆୟ କରି ଏ ବର୍ଷର ସବୁଠୁଁ ବଡ଼ ସୁପର୍‌ହିଟ୍‌ ମୁଭିର ମାନ୍ୟତା ପାଇଛି।

ସମ୍ବନ୍ଧିତ ଖବର