‘ସେଲଫି ମାଉସୀ’ଙ୍କ ଚାଞ୍ଚଲ୍ୟକର ବୟାନ : ନିଶାଦ୍ରବ୍ୟ ଦେଇ ପାଗଳଖାନା ପଠାଇଥିଲେ ପରିବାର

ନୂଆଦିଲ୍ଲୀ: ଗତ ଚାରି ମାସ ହେବ ନିଖୋଜ ଥିବା ହସ୍ୟାଭିନେତା ସିଦ୍ଧାର୍ଥ ସାଗର ନିକଟରେ ଏକ ମିଡ଼ିଆ କନଫରେନ୍ସରେ ନିଜ ପରିବାର ବିରୋଧରେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ମା’ ତାଙ୍କୁ ଖାଦ୍ୟରେ ନିଶାଦ୍ରବ୍ୟ ଦେବା ସହ ତାଙ୍କୁ ପାଗଳଖାନା ପଠାଇ ଦେଇଥିଲେ । ସାଗର ଗତ ନଭେମ୍ବର ମାସରୁ ନିଖୋଜ ରହିଥିଲେ । ତେବେ ଦର୍ଶକ ତାଙ୍କୁ ‘ସେଲଫି ମାଉସୀ’ ଭାବେ ଖୁବ୍‌ ଭଲ ଭାବେ ଜାଣିଛନ୍ତି।
ଗତ ୪ ମାସ ହେବ ସାଗର ନିଖୋଜ ଥିବା ବେଳେ ତାଙ୍କର ଜଣେ ବନ୍ଧୁ ଏ ନେଇ ଫେସବୁକରେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ “ଆପଣ ସିଦ୍ଧାର୍ଥ ସାଗରଙ୍କୁ ମନେରଖିଛନ୍ତି? ସେ ନଭେମ୍ବର ୨୦୧୭ରୁ ନିଖୋଜ ଅଛନ୍ତି । ତାଙ୍କ ବିଷୟରେ କାହା ପାଖରେ ମଧ୍ୟ କିଛି ଖବର ନାହିଁ । ଯଦି କିଏ କିଛି ଜାଣିଛନ୍ତି ତେବେ ଦୟାକରି ସୂଚନା ପ୍ରଦାନ କରନ୍ତୁ।” ତେବେ ଏହି ପୋଷ୍ଟକୁ ସେ କିଛି ସମୟ ମଧ୍ୟରେ ଡ଼ିଲିଟ କରିଦେଇଥିଲେ । ମିଡ଼ିଆରେ କିନ୍ତୁ ସେତିକି ବେଳକୁ ଏହି ଖବର ବ୍ୟାପି ଯାଇଥିଲା ଏବଂ ସିଦ୍ଧାର୍ଥଙ୍କ ବିଷୟରେ ତାଙ୍କ ପ୍ରଂଶସକ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ ।

right now im in safe hands …will update you guys in 2-3days

A post shared by Sidharth Sagar (@sidharthsagar.official) on


ଏହି ସମୟରେ ପ୍ରଶଂସକଙ୍କ ମଧ୍ୟରେ ବ୍ୟକୁଳତା ଦେଖି ସିଦ୍ଧାର୍ଥ ଏକ ଭିଡ଼ିଓ ପୋଷ୍ଟ କରିବା ସହ ସେ ଠିକ ଅଛନ୍ତି ଏବଂ ତାଙ୍କ ମାତାପିତାଙ୍କ ପାଇଁ ସେ ମାନସିକ ଅବସାଦରେ ଥିବା କହିଥିଲେ । ତେବେ ଏହାପରେ ତାଙ୍କର ପିତାମାତାଙ୍କୁ ପଚରାଯାଇଥିଲେ ମଧ୍ୟ ସେ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ ।
ତେବେ ବର୍ତ୍ତମାନ ସିଦ୍ଧାର୍ଥ ୫ ମାସ ପରେ ଫେରିଥିବା ବେଳେ ଏକ ମିଡ଼ିଆ କନ୍‌ଫରେନ୍ସରେ ତାଙ୍କ ନିଖୋଜ ସହ ଜଡ଼ିତ ଅନେକ ଅଶ୍ଚର୍ଯ୍ୟଜନକ କଥା ବିଷୟରେ କହିଥିଲେ । ସିଦ୍ଧାର୍ଥ କହିଛନ୍ତି ଯେ “ମତେ କେବଳ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଉ ନଥିଲା । ମତେ ମୋ ପରିବାର ଔଷଧ କହି ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଖାଇବାକୁ ଦେଉଥିଲେ । ଏଣୁ ମୁଁ ଅନେକ ସମୟ ଅବସାଦରେ ରହିବାକୁ ଲାଗିଥିଲି । ପରିବାର ଲୋକ ତାଙ୍କର ମାନସିକ ସ୍ଥିତି ଖରାପ ଅଛି କହି ତାଙ୍କୁ ପଗାଳଖାନାକୁ ପଠାଇ ଦେଇଥିଲେ । ସେଠାରେ ତାଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା । ମୁଁ ସେହି ନର୍କରୁ ମୋ ମ୍ୟାନେଜରଙ୍କ ସହାୟତାରୁ ବାହରି ପାରିଲି । ମୁଁ ବର୍ତ୍ତମାନ ମାନସିକ , ଶାରିରୀକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ଯାଇଛି କିନ୍ତୁ ଏହାପରେ ମଧ୍ୟ ଦୁନିଆକୁ ସମ୍ନାକୁ କରିବା ପାଇଁ ମୁଁ ଶକ୍ତି ଏକାଠି କରିଛି । “

ସମ୍ବନ୍ଧିତ ଖବର