ସ୍ତନ୍ୟପାନ କରାଇବା ଫଟୋ ସୋସିଆଲ ମିଡିଆରେ ଛାଡ଼ି ଟ୍ରୋଲ ହୋଇଥିଲେ ଲିସା ହେଡେନ୍‌! ଲୋକ କହିଥିଲେ ତୁମେ ‘ଗାଈ’ ନୁହଁ, ଯାହାର ପ୍ରତିକ୍ରିୟା ରଖିଲେ ଲିସା

0 2,172

ନୂଆଦିଲ୍ଲୀ: ସ୍ତନ୍ୟପାନ ବିନା କୌଣସି ଶିଶୁ ବଡ଼ ହେବା ଅସମ୍ଭବ । କିନ୍ତୁ ଆଜି ବି ସମାଜରେ ମହିଳାମାନେ ସର୍ବସାଧାରଣରେ ସ୍ତନ୍ୟପାନ କରାଇବା ଏକ ଲଜ୍ଜା ବୋଲି ଭାବୁଛନ୍ତି । ଏହା ପରଦା ପଛରେ କରିବା ଭଲ ବୋଲି ଏକ ଭାବନା ଲୋକମାନଙ୍କର ଏବେ ମଧ୍ୟ ରହିଛି । ଯଦି କୌଣସି ମହିଳା ନିଜ ଶିଶୁକୁ ସମସ୍ତଙ୍କ ସାମ୍ନାରେ ସ୍ତନ୍ୟପାନ କରାଉଛି ତେବେ ଏହା ଏକ ବଡ଼ ବିଷୟ ପାଲଟି ଯାଉଛି । ଏହା ସହ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଲୋକମାନଙ୍କର ଅନେକ ଟିକାଟିପ୍ପଣୀର ସାମ୍ନା କରିବାକୁ ପଡ଼ୁଛି ।

Panda Mobile only
The News Minute

ପୂର୍ବରୁ ସର୍ବସାଧାରଣରେ ସ୍ତନ୍ୟପାନ କରାଇବାକୁ ନେଇ ଅନେକ ମହିଳା ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଥିବା ବେଳେ ଗତ ବର୍ଷ ବଲିଉଡ୍‌ ଅଭିନେତ୍ରୀ ଲିସା ହେଡ଼େନ୍‌ ଏହାର ଶିକାର ହୋଇଥିଲେ । ନିଜ ଶିଶୁକୁ ସେ ସ୍ତନ୍ୟପାନ କରାଉଥିବା ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିଥିବାରୁ ତାଙ୍କୁ ଅନେକ ଲୋକ ଗାଈ ବୋଲି ଟିପ୍ପଣୀ କରିଥିଲେ । ଏହାର ଜବାବ ରଖି ଲିସା ଏବେ ଘଟଣାର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ବହୁତ ଭଲ ହୋଇଥାଏ । ଏଥିରେ କିଛି ଖରାପ ନାହିଁ । ଏହା ସବୁ ମା’ଙ୍କ ଅଧିକାର ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.