ଖୟାମଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦୀ-ଲତା ମଙ୍ଗେସକର

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍‌ମିଙ୍କର ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ତେବେ ଖୟାମଙ୍କ ପରଲୋକରେ ରାଜନୈତିକ ବ୍ୟକ୍ତିଙ୍କ ସମେତ ବଲିଉଡ ଜଗତ ମଧ୍ୟ ଶୋକ ପ୍ରକାଶ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲେଖିଛନ୍ତି ଯେ କିଛି ଏଭଳି କମ୍ପୋଜିସନ ଯାହାକି ସବୁବେଳେ ମନେ ରହିଥାଏ, ସେହି କଥା କହିଲେ ଖୟାମ ମହାଶୟ ସବୁବେଳେ ମନେପଡିବେ |

ସେହିପରି କଣ୍ଠଶିଳ୍ପୀ ଲତା ମଙ୍ଗେସକର ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଖୟାମ ମହାଶୟ ଆମ ଭିତରେ ନାହାନ୍ତି ଯାହାକୁ ଶୁଣି ଏତେ ଦୁଃଖ ହେଉଛି ଯେ ଯାହାକୁ ମୁଁ କହିପାରିବିନି | ଖୟାମ ସାହେବଙ୍କ ସହ ସଂଗୀତର ଏକ ଯୁଗର ମଧ୍ୟ ଅନ୍ତ ହୋଇଛି |

The Economic Times

ଏଠାରେ ସୂଚନା ଥାଉ କି ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ସେ ଆଇସିୟୁରେ ରହିଥିଲେ। ତେବେ ସୋମବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍‌, ବାଜାର୍, ଖାନ୍‌ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

ସମ୍ବନ୍ଧିତ ଖବର